ମହାନଦୀ ପ୍ରସଙ୍ଗ କୁ ନେଇ କମ୍ପିଲା ଗୃହ

20

ଓଡିଶାର ଜୀବନରେଖା ମହାନଦୀ । ମହାନଦୀ କୂଳର ପ୍ରାୟ ୧୬ଟି ଜିଲ୍ଲାର ଜନସାଧାରଣ ଏହା ଉପରେ ନିର୍ଭର କରନ୍ତି । ଏଣୁ ମହାନଦୀର ଜଳକୁ ଓଡିଶାବାସୀ ନିର୍ଭରଶୀଳ ଥାଆନ୍ତି । ଗ୍ରୀଷ୍ମକାଳ ଆସିଲେ ମହାନଦୀ କଥା ମନରେ ଆସେ । କୃଷି ଓ ଜଳସେଚନ ପାଇଁ ମହାନଦୀର ଆବଶ୍ୟକତା ଯେ କେତେ, ତାହା ସମସ୍ତେ ଅନୁଭବ କରନ୍ତି । କେବଳ କୃଷି ଓ ଜଳସେଚନ ନୁହେଁ, ବିଦ୍ୟୁତ ଉତ୍ପାଦନ ମଧ୍ୟ ଏହା ଉପରେ ନିର୍ଭରଶୀଳ । ଏହା ସତ୍ତ୍ୱେ ରାଜ୍ୟ ସରକାର ମହାନଦୀର ଜଳ ବିବାଦକୁ ଆଜି ପର୍ଯ୍ୟନ୍ତ ତୁଟାଇ ପାରିନାହାନ୍ତି । ମହାନଦୀ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ । ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳଙ୍କ ନାରାବାଜିରେ କମ୍ପିଲା ଗୃହ । ଉଭୟ କଂଗ୍ରେସ ଓ ବିଜେପି ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଥିଲେ ।

ପ୍ରଶ୍ନକାଳ ଚାଲିଥିବାବେଳେ ମହାନଦୀ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ଦାବି କରିଥିଲେ, ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ। ଅଣମୌସୁମୀ ଋତୁରେ ମହାନଦୀ ଶୁଖି ଶୁଖି ଯାଉଛି । ମହାନଦୀ ଶୁଖି ଯିବାରୁ ରାଜ୍ୟ ୧୪ଟି ଜିଲ୍ଲା କ୍ଷତିିଗ୍ରସ୍ତ ହୋଇଛି । ତେଣୁ ଏହି ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ଉପରେ ସ୍ୱତନ୍ତ୍ର ଭାବେ ଆଲୋଚନା କରିବା ପାଇଁ କଂଗ୍ରେସ ଦାବି କରିଥିଲା । କଂଗ୍ରେସ ସହ ବିରୋଧୀ ବିଜେପି ମଧ୍ୟ ସମାନ ଦାବି ଉଠାଇଥିଲା । ଉଭୟ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ସେଥିପାଇଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଅନ୍ୟପକ୍ଷେ ଶାସକ ଦଳ ମଧ୍ୟ ଗୃହରେ ପାଟିତୁଣ୍ଡ କରିଥିଲେ । କଂଗ୍ରେସ-ବିଜେପି ଭାଇ ଭାଇ । ମିଳିମିଶି ବିଧାନସଭା ଚଲାଇ ଦେଉ ନାହାନ୍ତି । ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁ ନଥିବା ଅଭିଯୋଗ ଆଣିଛି ବିଜେଡି । ଗତକାଲି ମଧ୍ୟ ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । ଏହାର ଜବାବ ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଯଦି ଜଳ ପାଇଁ ଏତେ ଦରଦ ତେବେ ଅନ୍ୟ ଫୋରମ୍ରେ ଆଲୋଚନା କରାଯାଉ । ଏଥିପାଇଁ ଆମେ ପ୍ରସ୍ତୁତୁ ବୋଲି ସେ କହିଥିଲେ । ଜୟନାରାୟଣ କହିଥିଲେ, ସରକାର ଜଳ ସଂରକ୍ଷଣ କରିପାରିନାହାନ୍ତି । ସମୁଦ୍ରକୁ ବହି ଯାଉଛି ସବୁ ଜଳ । ମହାନଦୀ ଜଳ ସଂରକ୍ଷଣ ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ବୋଲି ସେ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ।

Comments are closed, but trackbacks and pingbacks are open.