ସମୀରଙ୍କ ସ୍ଥାନ ନେଲେ ମନମୋହନ

18

ମନମୋହନଙ୍କୁ ମିଳିଲା ପୁରସ୍କାର । ସମୀରଙ୍କ ସ୍ଥାନ ନେଲେ ମନମୋହନ । ବିଜେପିର ନୂଆ ସଭାପତି ହେଲେ ମନମୋହନ । ଓଡ଼ିଶା ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ । ମନମୋହନଙ୍କୁ ରାଜ୍ୟ ସଭାପତି ଦିଆଗଲା ଗୁରୁଦାୟିତ୍ୱ । ଦାୟିତ୍ୱ ଦେଲେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କୁ ଦାୟିତ୍ୱ ଦେଇ ନିର୍ବାଚନ ପ୍ରସ୍ତୁତିକୁ ବିଜେପି ଜୋରଦାର କରୁଥିବା ସଂକେତ ଦେଇଛି । ମନମୋହନଙ୍କ ପାଇଁ ଏହି ଦାୟିତ୍ୱ ନୂଆ ନୁହେଁ ।

ପୂର୍ବରୁ ମଧ୍ୟ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ତୁଲାଇଛନ୍ତି ମନମୋହନ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗରର ବିଧାୟକ ଥିବା ମନମୋହନ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଛି । ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ।

ନୂଆ ଦାୟିତ୍ୱ ପାଇବା ପରେ ମନମୋହନ ସାମଲ କହିଛନ୍ତି, ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଥୀରେ ଆଗକୁ ବଢିବି । ଓଡ଼ିଶାବାସୀ ଏବେ ବିଜେଡି ଆଡୁ ମୁହଁ ଫେରାଇ ନେଉଥିବା ବେଳେ ବିଜେପି ବିକଳ୍ପ ଭାବେ ଉଭା ହୋଇଛି । ଆଗାମୀ ନିର୍ବାଚନରେ ଜୋରଦାର ଲଢେଇ ବୋଲି କହିଛନ୍ତି ମନମୋହନ ସାମଲ ।

Comments are closed, but trackbacks and pingbacks are open.