ଚର୍ଚ୍ଚାରେ ଭୂମିକମ୍ପ ନେଇ ଭବିଷ୍ୟବାଣୀ କରିଥିବା ତୁର୍କୀର ହୋଗରବିଟ୍ସ

23

ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଭୂମିକମ୍ପର ଝଟକା ଅନୂଭୁତ ହୋଇଛି । ତେବେ ଏହି ଭୂମିକମ୍ପ ପରେ ନେଦରଲାଣ୍ଡର ଗବେଷକ ଫ୍ରାଙ୍କ ହୋଗରବିଟ୍ସ ଚର୍ଚ୍ଚାର କାରଣ ସାଜିଛନ୍ତି । ତୁର୍କୀର ଓ ସିରିୟାରେ ଚଳିତ ବର୍ଷ ଫେବୃୟାରୀରେ ବଡ ଧରଣର ଭୂମିକମ୍ପ ଅନୂଭୂତ ହୋଇଥିଲା । ଯେଉଁଥିରେ ୫୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

ଏହା ପରେ ହୋଗରବିଟ୍ସ ଏହା ପରେ ଏସୀୟ ଦେଶରେ ଭୂମିକମ୍ପ ହେବ ବୋଲି ଭବିଷ୍ୟବାଣୀ କରିଥିଲେ । ତାଙ୍କ କଥା ଏବେ ସତ ହୋଇଛି । ସେ କହିଥିଲେ ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନ ହେବ । ଏହା ପାକିସ୍ତାନ ପରେ ଭାରତ ଦେଇ ଭାରତ ମହାସାଗର ପର୍ଯ୍ୟନ୍ତ ଅନୂଭୂତ ହେବ । ସେ ତାଙ୍କର ଏକ ୟୁଟ୍ୟୁବ ଭିଡିଓରେ ଏ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ସୌରମଣ୍ଡଳର ଜ୍ୟାମିତିକ ସଂରଚନା ଓ ସୂଚକାଙ୍କକୁ ନେଇ ସେ ଏହି ଭବିଷ୍ୟବାଣୀ କରିଥିଲେ । ତେବେ ପାଗ ଓ ବାୟୂମଣ୍ଡଳର ଅସ୍ଥିରତା ଏହି ଭବିଷ୍ୟବାଣୀରେ ବ୍ୟତିକ୍ରମ ସୃଷ୍ଟି କରିପାରେ । ଏହା କେବଳ ଏକ ଅନୁମାନ । ହୋଗରବିଟ୍ସଙ୍କ ମତରେ ସର୍ବଦା ଏହା ସତ୍ୟ ହେବ ବୋଲି ମାନେ ନାହିଁ । ତେବେ ସେ ଯାହା ହେଉ ତାଙ୍କ ଭବିଷ୍ୟବାଣୀ ଅନୁସାରେ ଏହି ଭୂମିକମ୍ପ ଅନୁଭୂତ ହେଉଛି ।

Comments are closed, but trackbacks and pingbacks are open.