ବୃଦ୍ଧି ହେଲା ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ

21

ମହାନଦୀ ଜଳ ବିବାଦ ମାମଲାରେ ଗଠନ ହୋଇଥିବା ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ୧ ବର୍ଷ ୯ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ଟ୍ରିବ୍ୟୁନାଲଙ୍କ ଅବଧିକୁ ମାର୍ଚ୍ଚ ୧୧, ୨୦୨୩ରୁ ଡିସେମ୍ବର ୨୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି କରିବାକୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା । ତିନି ବର୍ଷ ଅବଧି ବୃଦ୍ଧି ପାଇଁ ଉଭୟ ରାଜ୍ୟ ଅନୁରୋଧ କରିଥିଲେ । କରୋନା କାଳରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ପ୍ରଭାବିତ ହୋଇଥିବା କାରଣରୁ ଏହାର କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଯୁକ୍ତି ରଖିଥିଲେ ।

ତେବେ ବ୍ୟାପକ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ଅବଧିକୁ ଆଉ ଏକ ବର୍ଷ ନଅ ମାସ ବୃଦ୍ଧି କରିଛନ୍ତି । ଯେହେତୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ନିଷ୍ପତ୍ତି ନେଇସାରିଛନ୍ତି, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ନିଷ୍ପତ୍ତିରୁ ଓହରି ଆସିଛନ୍ତି । ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଓକିଲ ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ ।

ପ୍ରଥମ ତିନି ବର୍ଷର ଅବଧି ରେ ଟ୍ରିବ୍ୟୁନାଲ ଜଳବିବାଦ ମାମଲାକୁ ଦେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ । ୨୦୨୧ରେ ପୁନର୍ବାର ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା । ଯାହାକି ଚଳିତ ମାର୍ଚ୍ଚ ମାସ ୧୧ରେ ଶେଷ ହୋଇଥିଲା ।

Comments are closed, but trackbacks and pingbacks are open.