ଓଡିଶା ଆସିଲେ ମମତା

22

୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ । ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପୁରୀ ଗସ୍ତ କରିଛନ୍ତି । ସେଠାରେ ୨ଦିନ ଅବସ୍ଥାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହା ପରେ ୨୩ତାରିଖରେ ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଅପରାହ୍ନରେ ମମତା ପୁରୀ ଆସି ନିର୍ମାଣ ନିବାସରେ ଅବସ୍ଥାନ କରିଛନ୍ତି । ବୁଧବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ କିଛି ସମୟ ମନ୍ଦିର ପରିସରରେ ଅତିବାହିତ କରିବେ ବୋଲି ତାଙ୍କ କୌଳିକ ଗୁରୁ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୂଚନା ଦେଇଛନ୍ତି ।

ଅପରପକ୍ଷରେ ମମତାଙ୍କ ଗସ୍ତକୁ ନଜରରେ ରଖି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରୋଟୋକଲ ଅନୁଯାୟୀ ସମସ୍ତ ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମମତା ମଙ୍ଗଳବାର ଅପରାହ୍ନ ୪ଟା ୧୫ରେ ର୍କା ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୁରୀ ନିର୍ମାଣ ନିବାସରେ ପହଞ୍ଚବା ପରେ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଏସ୍‌ପି କେ.ବିଶାଲ ସିଂହ, ଉପଜିଲାପାଳ ଭବତାରଣ ସାହୁ, ଦଇତାପତି ନିଯୋଗ ସମ୍ପାଦକ ତଥା ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ ।

ସେ ରାତିରେ ମହାପ୍ରସାଦ ସେବନ କରିଥିବା ସୂଚନା ମିଳିଛି । ଏହାପରେ ସେ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ସିପସରୁବାଲି ମୌଜାରେ ୫ଏକର ଜମିରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଏକ ଅତିଥି ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.