ଆମେ ବିରୋଧୀ ନୁହେଁ ଆମେ ଲୋକମାନଙ୍କ ପ୍ରତିନିଧି : ଜୟନାରାୟଣ ମିଶ୍ର

29

୫ଟି କହିଲା ମାନେ କେଉଁ ଦିଗକୁ ନେଇଯାଉଛନ୍ତି ମୁଁ କିଛି ଜାଣିପାରୁନି । ପ୍ରତ୍ୟେକ ଜାଗାରେ ୫ଟିର ଆବଶ୍ୟକତା ଅଛି । ଏଇ ଯେମିତି ଟ୍ରାନ୍ସଫରଣ୍ଟେ ଟାଇମ ବାଉଣ୍ଡ ପୋଗ୍ରାମ ଟିମ ୱାର୍କ ଆଦିରେ ଆବଶ୍ୟକତା ଅଛି । କିନ୍ତୁ ଆପଣ ଦେଖିବେ ଜଣେ କହିଲେ ୫ଟି ହେଉଛି, ଗୋଟିଏ ବିଚାର ବିଚାରଧାରା ବା ଚିନ୍ତାଧାରା ତାପରେ କହିଲେଣି ୫ଟି ଗୋଟିଏ ଜାଗାକୁ ଯାଇଥିଲେ ସେଇଠି କହିଲେଣୀ ସିଏମ୍‌ଓ । ୫ଟି ସିଏମ୍‌ଓ କେମିତି ହେଇପାରିବ? ଗୋଟିଏ ବିଚାରଧାରାର ସିଏମଓ କେମିତି ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଦେଖିବା ସିଏମ୍‌ଓର ସେକ୍ରେଟେରି ମାନେ ସେ ଜଣେ ଏମ୍ଲୟି ହୋଇପାରିବେ ସେ ସିଏମ୍‌ଓ କେମିତି ହୋଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଏହାପରେ ମାନ୍ୟବର ସଦସ୍ୟ ନିଜର ଉତ୍ତର ରଖିଛନ୍ତି ୫ଟି ସଚିବ ହେଉଛନ୍ତି ଜଣେ କିର୍ତ୍ତ ଦାସ । ବା ଦ୍ୱାରପାଳ । ଯଦିଓ ସେ ଜଣେ ଦ୍ୱାରପାଳ ଜଣେ ବିଧାୟକ ସେ ନିଜର ସମ୍ମାନ ରକ୍ଷାକରିବାର କ୍ଷମତା ଅଛି । ତାଙ୍କର ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ ଏବଂ ସେ ଯେଉଁଭଳିଭାବେ ନିଜେ ନିଜକୁ କିର୍ତ୍ତଦାସ ବୋଲି କହିଲେ ଏଇଟା ସ୍ୱାଭାବିକ ଲାଗୁନି ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ ।

ଆମେ ବିରୋଧୀ ଦଳ ନୁହଁ ଆମେ ହେଉଛି ଲୋକମାନଙ୍କର ପ୍ରତିନିଧି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କିର୍ତ୍ତ ଦାସ କଥା ବହୁ କାଳରୁ ବିଶ୍ୱରୁ ଉଠିଗଲାଣି ବୋଲି ମତ ଦେଇଛନ୍ତି ଶ୍ରୀ ମିଶ୍ର ।

Comments are closed, but trackbacks and pingbacks are open.