ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

15

ଉମରକୋଟ : ପିକ-ଅପ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ବାଇକ ଆରୋହୀଙ୍କ ମୃତ୍ୟୁ I ଘଟଣା ଘଟିଛି ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବକଡାବେଡା ନିକଟରେ I ପିକଅପ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା, ଏଥିରେ ୩ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ୨ ଜଣ ପୁରୁଷ ଓ ଜଣେ ମହିଳା ୪ ବର୍ଷର ଶିଶୁକୁ ଧରି ଗୋଟିଏ ବାଇକରେ ଧୋଡ୍ରା ମଣ୍ଡେଇ ଦେଖି ଆସୁଥିଲେ । ଫେରିବା ସମୟରେ ଉମରକୋଟ ଥାନା ବକଡାବେଡା ନିକଟରେ ପିକଅପ ଭ୍ୟାନ ଓ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ତେବେ ବାଇକରେ ଥିବା ଶିଶୁଟି ଆହତ ହୋଇଥିଲା । ଶିଶୁକୁ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

Comments are closed, but trackbacks and pingbacks are open.