୨୪ ହେବ ବିଜେଡି ପାଇଁ କାଠିକର ପାଠ !

30

ଶଙ୍ଖ ଛାଡି ପଦ୍ମ ଧରିବେ ବିଧାୟକ ! ଶାହାଙ୍କ ଗସ୍ତ ବିଜେଡି ପାଇଁ ହେଲା କାଳ ! ୨୪ ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି ! ଅସନ୍ତୁଷ୍ଟ ନେତା ଦଳ ପାଇଁ କାଳ ! ସରଗରମ ହେଉଛି ରାଜ୍ୟ ରାଜନିତୀ । ୨୪ ପୂର୍ବରୁ ବିଜେଡିରେ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି । ପୂର୍ବତନ ବିଧାୟକ ହୃଷୀକେଶ ନାଏକ ବିଜେଡି ଛାଡ଼ିବେ । ଆସନ୍ତା ୨୬ ତାରିଖରେ ସେ ବିଜେପିର ରାଷ୍ଟ୍ରୀୟ ଚେହେରା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ବେଳେ ବିଜେପିରେ ମିଶିବା ନେଇ ଆଲୋଚନା ଜୋର ଧରିଛି ।

୨୦୦୬ ମସିହାରେ ବିଧିବଦ୍ଧଭାବେ ବିଜୁ ଜନତା ଜଳରେ ଯୋଗଦେଇ ୨୦୦୯ ଏବଂ ୨୦୧୪ ମସିହାରେ ଦୁଇ ଦୁଇଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇଥିଲେ । ୨୦୧୯ ମସିହାରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଜଗନ୍ନାଥ ନାଏକଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହିତ ତାଙ୍କୁ ଟିକଟ ଦେଇଥିଲା । ସେବେଠୁ ସେ ଅସନ୍ତୁଷ୍ଟ ଥିଲେ । ଏବେ ସେ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ସେ ବିଜେପିରେ ମିଶିବା ନେଇ କେନ୍ଦୁଝର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି । ଏଥିନେଇ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କୁ ପଚାରିବାରୁ ସେ କହିଥିଲେ, ସେ ବିଜେଡିରେ ଆଦୌ ଖୁସି ନାହାନ୍ତି ।

ଗତ ନିର୍ବାଚନରେ ତାଙ୍କୁ ଦଳ ସାଂସଦ ଟିକଟ ଦେବାପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିଲା । ସ୍ୱାଭାବିକ ଭାବେ ସେ ଅସନ୍ତୋଷ ଥିବା ପ୍ରକାଶ କରିଛନ୍ତି । ତେବେ ଆଗକୁ ଆଉ କେଉଁ ନେତା ଦଳ ଛାଡୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.