ଆଇଟି ଉପଦେଷ୍ଟାଙ୍କ ‘ମୋ ସରକାର’ ପରିଦର୍ଶନ

23

ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ଆଶୁ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା । ଟିମ୍‌ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ, ଟାଇମ୍‌ଲିମିଟ ଆଦି ୫ଟି ନିୟମକୁ ଆଧାର କରି କିଭଳି ରାଜ୍ୟ ସରକାର ସେବା ଯୋଗାଉଛନ୍ତି, ତାହାକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଚାର୍ଯ୍ୟ ବିହାରସ୍ଥିତ ଓକାକ୍‌ ଟାୱାର ପରିସରରେ ପରିଚାଳିତ ଟେଲି ସେଣ୍ଟରକୁ ପରିଦର୍ଶନ କରିଥିଲେ ।

‘ମୋ ସରକାର’ର ଟୋଲ ଫ୍ରି ନମ୍ବର ୧୪୫୪୫ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ହେଲ୍ପ ଲାଇନ ନମ୍ବର ୧୫୫୩୬୯ ମାଧ୍ୟମରେ ସାଧାରଣ ଜନତାଙ୍କର ସମସ୍ୟାର ସମାଧାନ, ଅଭିଯୋଗ ଗ୍ରହଣ, ପଞ୍ଜିକରଣ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ହୃଦୟଙ୍ଗମ କରି ପ୍ରଶଂସା କରିଥିଲେ । ମମତା, କାଳ ଅି ।, ନାଗରିକ ସେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଭଳି ୩୧ ଟି ବିଭାଗର ୨୮୫ ପ୍ରକାର ସେବା ଯୋଗାଇବା ଦିଗରେ ଏହି ବ୍ୟବସ୍ଥା ବେଶ ସହାୟକ ହୋଇପାରିଛି ।

ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ କରାଯାଇ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ରାଜ୍ୟ ଶୀର୍ଷ ସ୍ଥାନ ନେଇପାରିବ ସେ ଦିଗରେ ଅଧିକ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ସାଧାରଣ ଜନତାଙ୍କ ପାଇଁ କରାଯାଇଥିବା ଏହି ସବୁ ବ୍ୟବସ୍ଥା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିଦର୍ଶନ ସମୟରେ ‘ମୋ ସରକାର’ ତଥା ଓକାକ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.