ନିରଞ୍ଜନଙ୍କୁ ସୁରଜଙ୍କ ପ୍ରଶ୍ନବାଣ !

29

ସରଗରମ ହେଉଛି ରାଜ୍ୟ ରାଜନିତୀ । ଗୃହରେ ଜାରି ରହିଛି ପ୍ରଶ୍ନକାଳ । ଏହାରି ଭିତରେ ବିଭିନ ୍ନପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ନେତା । ନବଙ୍କ ହତ୍ୟକାଣ୍ଡ ପ୍ରସଙ୍ଗ ଉଠାଇ ଗୃହରେ ହଲ୍ଲାବୋଲ କରିଛନ୍ତି ବିରୋଧୀ । ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି । ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି ।

ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି । ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଣେ ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି । ଖାଲି ଥିବା ପଦବୀରେ ଓପିଏସସି ଦ୍ୱାରା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି ।

Comments are closed, but trackbacks and pingbacks are open.