ମୁହାଁମୁହିଁ ହେଲେ ବର୍ଷା ଅର୍ପିତା

24

ବିଜେଡି-ବିଜେପି ଟୁଇଟ୍ ୱାର ! ଟୁଇଟ୍ ୱାରର ମଙ୍ଗ ଧରିଛନ୍ତି ଯୁବନେତା । ମୁହାଁମୁହିଁ ହେଲେ ବର୍ଷା ଅର୍ପିତା
ସରଗରମ ହେଉଛି ରାଜ୍ୟ ରାଜନୀତି । ଦିନ କୁ ଦିନ ବଦଳୁଛି ରାଜନୈତିକ ସମ୍ମୀକରଣ । ତେବେ ଏହାରି ଟୁଇଟ୍‌ରେ ଫାଇଟ୍ କରୁଛନ୍ତି ଦୁଇ ଦଳ । ଭିତରେ ନବ ଦାସଙ୍କ ହତ୍ୟାକୁ ନେଇ ବୟାନବାଜି ଜାରି ରହିଥିବାବେଳେ ଏବେ ସୋସିଆଲ ମିଡିଆରେ ଜୋରଦାର ହୋଇଛି ଲଢ଼େଇ । ଦୁଇ ଦଳର ନେତାଙ୍କ ପକ୍ଷରୁ ସିରିଜ୍ ଟୁଇଟ୍ କରି ପରସ୍ପରକୁ ପ୍ରଶ୍ନ ପଚରାଯାଉଛି, ଆହ୍ୱାନ ଦିଆଯାଉଛି । ସବୁଠାରୁ ବଡ କଥା ହେଉଛି, ଟୁଇଟ୍ ୱାରର ମଙ୍ଗ ଧରିଛନ୍ତି ଦୁଇ ଦଳର ୟଙ୍ଗ୍ ବ୍ରିଗେଡ୍ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ, ରାଜରାସ୍ତା ଓ ବିଧାନସଭା ପରେ, ସୋସିଆଲ ମିଡିଆରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ହୋଇଛି ଲଢ଼େଇ । ଦୁଇ ଦଳର ନେତାଙ୍କ ପକ୍ଷରୁ ସିରିଜ୍ ଟୁଇଟ୍ କରାଯାଇଛି ।

ବିଜେଡି ପକ୍ଷରୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ମଙ୍ଗ ଧରିଥିବାବେଳେ, ବିଜେପିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ବଡଜେନା ଟୁଇଟ୍ କରି ପାଲଟା ପ୍ରଶ୍ନ କରିଛନ୍ତି । ଦୁଇ ନେତ୍ରୀଙ୍କ ମଧ୍ୟରେ ଜାରି ରହିଛି ୱାର । ବର୍ଷା ଟୁଇଟ୍ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଛନ୍ତି । ଲେଖିଛନ୍ତି, ବାବୁ ଗତ କିଛି ଦିନ ହେଲା, ଆପଣଙ୍କ ଦଳର କେତେକ ନେତା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଆମ ହିନ୍ଦୁ ପରମ୍ପରା ଓ ଓଡି଼ଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଦୟାକରି ଆପଣଙ୍କ ଦଳର ନେତାଙ୍କୁ କୁହନ୍ତୁ , ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ । ବର୍ଷାଙ୍କ ଟୁଇଟର କିଛି ସମୟ ପରେ, ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ବଡଜେନା ।

ବର୍ଷାଙ୍କୁ ଟ୍ୟାଗ କରି ଟୁଇଟରେ ଲେଖିଛନ୍ତି, ଅପା, ଆପଣ ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କହୁଛନ୍ତି ତାହା ହେଉଛି ନିରାଧାର । ଆମ ଦଳର ସଂସ୍କାର ନୁହେଁ କେବେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା । ଆପଣ ଏହି ଟୁଇଟ୍ କରିବା ପୂର୍ବରୁ ଯିଏ ତିଆରି କରିଛି ତାଙ୍କୁ ଥରେ ପଚାରିବାର ଥିଲା । ତେବେ ପୂର୍ବରୁ ମଧ୍ୟ ଦୁଇ ଦଳର ନେତାଙ୍କ ମଧ୍ୟରେ ଏମିତି ଟୁଇଟ୍ ୱାର ଦେଖିବାକୁ ମିଳିଛି । ଗୋଟିଏ ଦଳର ନେତା ଅନ୍ୟ ଦଳର ନେତାଙ୍କୁ ଟୁଇଟ୍ ଜରିଆରେ ଟାର୍ଗେଟ କରୁଛନ୍ତି । ବିଶେଷକରି ଯୁବପୀଢ଼ିର ନେତା ଏହି କ୍ଷେତ୍ରରେ ଆଗରେ ରହୁଥିବା ଦେଖାଯାଉଛି ।ତେବେ ଆଗାମୀ ଦିନରେ ଏହି ୱାର କେଉଁ ମୋଡ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.