ଆମେଠିରୁ ପ୍ରାର୍ଥୀ ହେବେ ବରୁଣ !

25

ରାହୁଲ , ଇରାନୀଙ୍କୁ କଡା ଟକ୍କର ଦେବେ ବରୁଣ ! ଆମେଠିରୁ ପ୍ରାର୍ଥୀ ହେବେ ବରୁଣ ! ସାରେ ସାମିଲ ହେବେ ବରୁଣ ! ବିଜେପି ରାସ୍ତାରେ କଣ୍ଟା ସାଜିଲେ ବରୁଣ ! ଆମେଠିରେ ମେଘଷ୍ଟ୍ରୋକ ଖେଳିଲେ ଅକ୍ଷିଲେଶ !
ପୁଣି ଚର୍ଚ୍ଚାରେ ବରୁଣ । ୨୪ରେ ମାଷ୍ଟ୍ରଷ୍ଟୋକ୍ ଖେଳିବେ ଅକ୍ଷିଲେଶ । ଆମେଠିକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା । ଆମେଠି କିଏ କରିବ ବାଜିମାତ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଆମେଠି ଜନତାଙ୍କ ସବୁବେଳେ କଂଗ୍ରେସ ପ୍ରତି ଦୁର୍ବଳତା ଥିବାର ଦେଖିବାକୁ ମିଳିଛି ।

ତେବେ ଏହି ଦୁର୍ବଳତାର ଫାଇଦା ଉଠାଇଛି ସା । ବରୁଣଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ସପାରେ ସାମିଲ ହେବେ ବରୁଣ ଏବଂ ସପାରୁ ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବରୁଣ । ଆମେଠି କେବଳ ଏକ ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ଏହା ହେଉଛି ସମ୍ମାନର ପ୍ରଶ୍ନ । ଦୀର୍ଘ ଦିନ ଧରି ସ୍ମୁତି ଇରାନୀ ଆମେଠିରୁ ସଂସଦ ଥିବା ବେଳେ ଏହା ବିଜେି ।ଇଁ ଏବଂ କଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ । ରାହୁଲଙ୍କୁ ହରାଇବା ପରେ ସ୍ମୁତି ଇରାନୀ ଆମେଠି କଂଗ୍ରେସର ଗଡ ଚର୍ଚ୍ଚାରେ ବିରାମ ଲଗାଇଥିଲେ । ତେବେ ଆମେଠିକୁ ନେଇ ବିଜେି ଚିନ୍ତାରେ । କାରଣ ଆଲୋଚନାକୁ ଖୋରାକ ୋଗାଉଛି ବରୁଣଙ୍କ ବୟାନ ବାଜି । ବିଜେପିରେ ଥାଇ ମଧ୍ୟ ତାଙ୍କ ଦଳ ବିରୋଧୀ ଆଚରଣ । ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଘେରିବାକୁ ଏଥିରୁ ସ୍ପଷ୍ଟ ହେଉଛି ଯେ , ଆଗାମୀ ଦିନରେ ଆମେଠିରୁ ନିର୍ବାଚନ ଲଢି ପାରନ୍ତି ବରୁଣ ।

ଏହାକୁ ନେଇ ଅକ୍ଷିଲେଶ ତିଆରି କରିଛନ୍ତି ମେଘା ପ୍ଲାନ । ତେବେ ଆଗକୁ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ବରୁଣ କେଉଁ ଦଳରୁ ଏବଂ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.