ରାଜ୍ୟ ସରକାରଙ୍କୁ ନରସିଂହଙ୍କ ପ୍ରଶ୍ନବାଣ

23

ଗୃହରେ ବିରୋଧୀଙ୍କ ହଲ୍ଲାବୋଲ । ଆକ୍ସନ ମୋଡରେ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ।ବସିବ ସର୍ବଦଳୀୟ ବୈଠକ! ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଆରମ୍ଭ ହୋଇଛି । ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି । ଏହାକୁ ନେଇ ବିରୋଧୀଙ୍କୁ ବିଜେଡି ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ । ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ବିଜେଡି ସରକାରରେ ନରହୁ ସେକଥା ଆମେ କହୁନାହୁଁ ବରଂ ମୁଖ୍ୟମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ତେଣୁ ସେ ଇସ୍ତଫା ଦେଇଦେବା କଥା ।

ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କାହିଁକି ଠିକ୍ ଢଙ୍ଗରେ ଘଟଣାର ଅନୁସନ୍ଧାନ ହେଉନାହିଁ ତାହାକୁ ନେଇ ଯୁକ୍ତି ବାଢିଥିଲୁ । ଅନୁସନ୍ଧାନ ଉପରେ ଓଡ଼ିଶାବାସୀଙ୍କର କାହିଁକି ବିଶ୍ୱାସ ହେଉନାହିଁ ସେ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ମିଳୁନାହିଁ । ଷଡଯନ୍ତ୍ର କଥା ବାରମ୍ବାର କୁହାଯାଉଛି । ଉତ୍ତର ରଖିବା ବେଳେ ପ୍ରଥମେ ଏକଥାକୁ ସରକାର ମାନୁନଥିଲେ । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ଷଡଯନ୍ତ୍ର କଥା ମାନିଛନ୍ତି । ଗୃହ ଭିତରେ ଏସବୁ ପ୍ରସଙ୍ଗ ଉତଥାପନ କରିବାକୁ ବିରୋଧୀଙ୍କୁ ବାଚସ୍ପତି ସମୟ ଦେବାର ଆବଶ୍ୟକତା ଥିଲା । ଗୃହ ଅଚଳ ହେଲେ ଏହାର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି । କିନ୍ତୁ ଆଜି ଗୃହ ଅଚଳ ହୋଇଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିନାହାନ୍ତି । ଏହା ଦର୍ଶାଉଛି ଏପ୍ରସଙ୍ଗରେ ବାଚସ୍ପତି ରାଜ୍ୟ ସରକାରଙ୍କୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ।

ଯଦି ଗୃହକୁ ଅଧ ଘଣ୍ଟା ମୁଲତବି ରଖି ଗୃହକୁ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଧାନସଭା ଚାଲିଛି, ସେପଟେ ମୁଖ୍ୟମନ୍ତ୍ରୀ ବାହାରେ ବୁଲୁଛନ୍ତି । ଏଭଳି କରି ଗୃହକୁ ମୁଖ୍ୟମନ୍ତ୍ରୀ ଅବଜ୍ଞା କରୁଛନ୍ତି । ଗୃହ ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଛନ୍ତି । ଏହା ଗୃହ ପାଇଁ ଅପମାନ ବୋଲି ନରସିଂହ କହିଛନ୍ତି ।

Comments are closed, but trackbacks and pingbacks are open.