ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବ ଇଡି !

27

ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବ ଇଡି ! ଜେରା ସମୟରେ ରେକଡିଂ ହେବ ବୟାନ । କୋର୍ଟରେ ହାଜର ହେବେ ସିସୋଦିଆ ! ବିଜେପିକୁ କଡା ସମାଲୋଚନା କଲା ଆପ୍ ! ଥମୁନି ସିସୋଦିଆ ପାଇଁ ଅଡୁଆ । ମନୀଷ ସିସୋଦିଆଙ୍କୁ ଗିରଫ କରିଛି ଇଡି । ଏନେଇ କୋର୍ଟଙ୍କୁ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଆବେଦନ କରିଛି ଇଡି । ମନୀଷ ସିସୋଦିଆଙ୍କୁ ଇଡି ଗୁରୁବାର ସନ୍ଧ୍ୟା ୬.୨୦ମିନିଟରେ ଗିରଫ କରିଥିଲା ।

ଇଡି ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି କି, ସିସୋଦିଆଙ୍କୁ ଗିରଫ କରିବା ପୂର୍ବରୁ ଇଡି ତାଙ୍କର ଗିରଫର କାରଣ କହିଛି । ଏହାସହ ତାଙ୍କୁ ଜେରାବେଳେ ସିସିଟିଭି ଫୁଟେଜ ମଧ୍ୟ ରେକଡିଂ କରାଯାଇଛି । ଏହାସହ ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟରେ ତାଙ୍କୁ ଅପରାହ୍ନ ହାଜର କରାଯିବ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ପ୍ରଥମେ ସିସୋଦିଆଙ୍କୁ ଇଡି ଜେରା କରିଥିଲା । ଜେରା ପରେ ଫେବୃଆରୀ ୨୬ ତାରିଖ ଦିନ ସିବିଆଇ ପକ୍ଷରୁ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ସିବିଆଇ ଯାଂଚ କରୁଥିବା ବେଳେ ଅର୍ଥ ହେରଫେର ମାମଲାର ଯାଂଚ କରୁଛି ଇଡି ।

ପ୍ରଥମେ ସିବିଆଇ ଓ ପରେ ଇଡି ତରଫରୁ ସିସୋଦିଆଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବିଜେପିକୁ କଡା ସମାଲୋଚନା କରିବା ସହ ଏହା ରାଜନୀତି ପ୍ରଣୋଦିତ ବୋଲି କହିଛି ଦଳ । ତେବେ ଆଗକୁ ସିସୋଦିଆଙ୍କୁ ନେଇ କେଉଁ ତଥ୍ୟ ସମ୍ନାକୁ ଆସୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.