ସିସୋଦିଆଙ୍କ ଗିରଫକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ !

30

ସିସୋଦିଆଙ୍କ ଗିରଫକୁ ବିରୋଧ କଲେ ପିନାରାଇ ବିଜୟନ । ବିରୋଧ କରି ମୋଦୀଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସିର କିଛି କାର୍ଯ୍ୟାନୁଷ୍ଠାନ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କେନ୍ଦ୍ରୀୟ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି ।

ଏନେଇ ଲୋକଙ୍କ ମନରେ ଥିବା ଧାରଣାକୁ କେନ୍ଦ୍ର ସରକାର ଦୂର କରନ୍ତୁ । ଏହାସହ ଆପ୍ ନେତାଙ୍କୁ ରାଜନୈତିକ କାରଣରୁ ଗିରଫ କରାଯାଇଛି ବୋଲି ପିନାରାଇ ବିଜୟନ କହିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି, ସିସୋଦିଆଙ୍କ ମାମଲାର ଯାଂଚ ବେଳେ ତାଙ୍କ ଠାରୁ କୌଣସି ନଗଦ ଟଙ୍କା ମିଳିନାହିଁ । ସେ ଜଣେ ନିର୍ବାଚିତ ପ୍ରତିନିଧି, ଯାଂଚ ଏଜେନ୍ସିର ନୋଟିସ ଉପରେ ସେ ବାରମ୍ବାର ଜବାବ ଦେଇଛନ୍ତି ଓ ଯାଂଚରେ ସହଯୋଗ କରୁଥିବା ବେଳେ ତାଙ୍କୁ କିଭଳି ଗିରଫ କରାଗଲା ।

ସିସୋଦିଆଙ୍କ ଗିରଫକୁ ନେଇ ବିଜୟନଙ୍କ ପୂର୍ବରୁ ୯ଜଣ ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହିନେତାମାନେ କେନ୍ଦ୍ର ସରକାର କେନ୍ଦ୍ରୀୟ ଯାଂଚ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା କଥା ଚିଠିରେ ଉଲ୍ଲେଖ କରିଥିଲେ । ଏହି ୯ଜଣ ନେତାଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲା, ଏନସିପି ମୁଖ୍ୟ ଶରଦ ପାୱାର ସାମିଲ ଅଛନ୍ତି ।

Comments are closed, but trackbacks and pingbacks are open.