ବିଜେଡିରୁ ଲଢିବା ଚର୍ଚ୍ଚାରେ ବିରାମ ଲଗାଇଲେ ସୁର

19

ମୁହଁ ଖୋଲିଲେ ସୁର lଏମଏଲଏ /ଏମପି ହେବାକୁ ଦୁଇ ପୁଅ ଫିଟ୍ ! କଂଗ୍ରେସରୁ ଲଢିବେ ସୁରଙ୍କ ଦୁଇପୁଅ !
ଚର୍ଚ୍ଚାରେ ସୁର । ଦୁଇ ପୁଅଙ୍କୁ ନେଇ ମୁହଁ ଖୋଲିଲେ ସୁର । କହିଲେ, ହଁ ଦୁଇ ପୁଅ ନିର୍ବାଚନ ଲଢିବାକୁ ଯୋଗ୍ୟ । ତେଣୁ କାହିଁକି ନିର୍ବାଚନ ଲଢିବେନି । ଦୁଇ ପୁଅ ନିଜ ଗୋଡରେ ଛିଡା ହୋଇଛନ୍ତି, ନାଁ କମେଇଛନ୍ତି । ତେଣୁ ସେମାନେ କଣ ଏମଏଲଏ /ଏମପି ହେବାକୁ ଅନଫିଟ୍ କି? ସାନପୁଅ ଜଟଣୀରୁ ଲଢିବ ଅସୁବିଧା କଣ? ମୁଁ ତାକୁ ଜଟଣୀରେ ବୁଲି ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ଛାଡିଛି । ସେହିଭଳି ବଡ ପୁଅ ଆମେରିକାରେ ଅନେକ ନାଁ କମାଇଛି । ବିଦେଶରେ ପାହାଡ ଚଢି ଓଡ଼ିଶାକୁ ଗର୍ବିତ କରିଛି ।

ତେଣୁ ପୁଅର ସେହି ସଫଳତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ଯାଇଥିଲୁ । ଖାଲି ତ ନବୀନ ନୁହଁନ୍ତି ଧର୍ମେନ୍ଦ୍ର ମୋ ପୁଅର ସଫଳତାର ଦେଖି କୁଣ୍ଢାଇପକାଇଛନ୍ତି । ରାଷ୍ଟ୍ରପତି ବାହାବା ଦେଇଛନ୍ତି । ତା ବୋଲି କଣ ଆମେ ବିଜେପିକୁ ପଳାଇବୁ । ଆମ କଂଗ୍ରେସ ଦଳର କିଛି ନେତା ମୋ ପୁଅ ନାଁରେ ଏଣୁତେଣୁ ଗପୁଛନ୍ତି । କିନ୍ତୁ ଜଗନ୍ନାଥଙ୍କ ଦ୍ୱାହି ଦେଇ କହୁଛି ନବୀନଙ୍କ ସହ କେବଳ ପୁଅର ପାହାଡ ଚଢିବା ସଫଳତାକୁ ନେଇ କଥା ହେଇଛୁ । କଂଗ୍ରେସର କିଛି ନେତା ଆମକୁ ସହିପାରୁନାହାନ୍ତି ।

ତେଣୁ ଯାହା ତାହା ଗପୁଛନ୍ତି । କିନ୍ତୁ ଯେଉଁମାନେ ଗପୁଛନ୍ତି ସେମାନେ ମୋ ପୁଅ ଭଳି କେବେ ସଫଳତା ପାଇଛନ୍ତି କି? ମୋର କିଛି ଚିନ୍ତା ନାହିଁ ଯେତେବେଳେ ପିଲା ଚାହିଁବେ ଲଢିବେ । ତେବେ ଏମିତି ବିସ୍ଫରକ ବୟାନ ଦେଇଛନ୍ତି ସୁର । ତେବେ ଆଗାମୀ ଦିନରେ କେଉଁ ଦଳରୁ ଲଢୁଛନ୍ତି ସୁରଙ୍କ ଦୁଇ ପୁଅ ତାହା ଦେଖିବାକୁ ବାକି ରହିଲା ।

Comments are closed, but trackbacks and pingbacks are open.