ଜନ୍ମ ଜୟନ୍ତୀ ଅବସରରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଲେ ସୁଦର୍ଶନ

30

ଓଡିଆ ଜାତି ପାଇଁ ସ୍ୱାଭିମାନ ସିଏ , ଓଡିଆଙ୍କ ପାଇଁ ସେ ଗର୍ବ । ତାଙ୍କ ପରାକ୍ରମ ଆଗେ ନତମସ୍ତକ ସାରା ରାଜ୍ୟ । ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୁଦର୍ଶନ ଏହି ବାଲୁକାକଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବାବେଳେ ତାଙ୍କ ପ୍ରିୟ ଡାକୋଟା ବିମାନକୁ ମଧ୍ୟ ବାଲୁକା କଳାରେ ସ୍ଥାନ ଦେଇଛନ୍ତି । ୧୯୧୬ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜନ୍ମଗ୍ରହଣ କରିଥିବା ବେଳେ ଆଜି ତାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ବେଳାଭୂମିରେ ୨୫ ଫୁଟ ଲମ୍ବର ଡାକୋଟା ବିମାନ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏଥିରେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକାର ରଙ୍ଗକୁ ବ୍ୟବହାର କରି କଳିଙ୍ଗ ବୀର ଭୂମିପୁତ୍ର ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତେବେ ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ ।

Comments are closed, but trackbacks and pingbacks are open.