ପୁଣି ଓସ୍କାର-୨୦୨୩ରେ ନଜର ଆସିବେ ଦୀପିକା

21

ଖୁବ୍ ଶୀଘ୍ର ୯୫ ତମ ଓସ୍କାର ପୁରସ୍କାର ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ସମୟରେ ବଲିଉଡ୍ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପୁଣି ବଲିଉଡ୍ କ୍ୱିନ୍ ଦୀପିକା ପାଦୁକୋନ ଦେଶକୁ ଗର୍ବିତ କରିଛନ୍ତି। ଅଭିନେତ୍ରୀ ଦୀପିକା ଓସ୍କାର-୨୦୨୩ରେ ପ୍ରେଜେଣ୍ଟର୍ ବା ଉପସ୍ଥାପିକା ଭାବରେ ନଜର ଆସିବେ ବୋଲି ସୂଚନା ମିଳିଛି।

ଏନେଇ ନିଜେ ଦୀପିକା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଲେଖିଛନ୍ତି, ସେ ୯୫ ତମ ଓସ୍କାରରେ ପ୍ରେଜେଣ୍ଟର୍ ଭୂମିକାରେ ନଜର ଆସିବେ। ସେ ଆମେରିକାର ଅଭିନେତ୍ରୀ ଏରିଆନା ଡେବୋସଙ୍କ ସହ ହୋଷ୍ଟ କରିବେ। ଏଥିସହ ସେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଦୀପିକାଙ୍କ ବ୍ୟତୀତ ହଲିଉଡର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ପ୍ରେଜେଣ୍ଟର୍ ଭାବରେ ନଜର ଆସିବେ।

ଦୀପିକାଙ୍କ ସହିତ ଏହି ସମ୍ମାନର ଅଂଶ ହେବା ପାଇଁ ଏମିଲି ବ୍ଲଣ୍ଟ, ସାମୁଏଲ୍ ଏଲ୍ ଜ୍ୟାକସନ୍, ଡୱେନ ଜନସନ, ମାଇକେଲ ବି ଜୋର୍ଡାନ, ଜାନେଲ ମୋନା, ଜୋ ସାଲଦନା, ଜେନିଫର କନେଲି, ରିଜ ଅହମ୍ମଦ, ମେଲିସା ମ୍ୟାକକାରିଙ୍କ ସମେତ ଅନ୍ୟମାନ ଯୋଗଦେବେ। ତେବେ ମାର୍ଚ୍ଚ ୧୨ ରେ ୯୫ ତମ ଓସ୍କାର ଏବିସିରେ ସିଧା ପ୍ରସାରଣ ହେବ।

Comments are closed, but trackbacks and pingbacks are open.