୨୪ରେ ବିଜେପି ହେବ ବିଜୟୀ !

25

ଉତ୍ତର-ପୂର୍ବରେ କଂଗ୍ରେସକୁ ଲାଗିଲା ବଡ ଝଟକା ! ପାହାଡରେ ଫୁଟିଲା ପଦ୍ମ । ୨୪ରେ ବିଜେପି ହେବ ବିଜୟୀ ! ୨୪ ପାଇଁ ସମସ୍ତ ଦଳ ଅଣ୍ଟା ଭିଡିଥିବା ବେଳେ ଏହାରି ଭିତରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଦିନେ ଏହି ଅଞ୍ଚଳରେ ଶକ୍ତିଶାଳୀ ଥିବା କଂଗ୍ରେସ ଏଥର କୌଣସି ବି ରାଜ୍ୟରେ ଦୁଇଅଙ୍କ ଛୁଇଁ ପାରିନାହିଁ । ଏହି ରାଜ୍ୟରେ ରାହୁଲଙ୍କ ଭାରତ ଯୋଡ ମଧ୍ୟ କୈଣସି ପ୍ରଭାବ ପଡିନାହିଁ । ତ୍ରିପୁରାରେ ଦ୍ୱିତୀୟ ଥର କ୍ଷମତାସୀନ ହୋଇଛି ବିଜେପି ।

ଉତ୍ତର-ପୂର୍ବରେ ବିଜେପିର ବଡ ବିଜୟ ପରେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ପାଳିଛି ବିଜୟ ଉତ୍ସବ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତ୍ରିପୁରା ବିଧାନସଭା ପାଇଁ ମୋଟ ୬୦ ଆସନ ମଧ୍ୟରୁ ବିଜେପି ୩୩ ଆସନରେ ବିଜୟୀ ବା ଆଗୁଆ ରହିଥିବା ବେଳେ ଏଠାରେ କଂଗ୍ରେସ ଖାତ ବି ଖୋଲିପାରିନାହିଁ । ନାଗାଲାଣ୍ଡରେ ବି ବିଜେପି ସହଯୋଗୀ ମେଣ୍ଟ ବହୁମତ ହାସଲ କରିଛି । ସେପଟେ ମେଘାଳୟରେ କିନ୍ତୁ ଝୁଲା ବିଧାନସଭା ହେବା ସ୍ପଷ୍ଟ ହୋଇଛି । ବିଜେପି ୩ଟି ଆସନ ପାଇଥିବାବେଳେ ଅନ୍ୟାନ୍ୟ ୨୫ ଆସନ ପାଇଛନ୍ତି । ସବୁଠାରୁ କ୍ଷତି ହୋଇଛି କଂଗ୍ରେସର । କଂଗ୍ରେସ ଗତଥର ଏଠାରେ ୨୧ ଟି ଆସନ ଜିତିଥିଲା ଏଥର କିନ୍ତୁ ଦଳ ଦୁଇଅଙ୍କ ବି ଛୁଇଁପାରିନାହିଁ ।

ତେବେ ମେଘାଳୟରେ ଏନପିପି-ବିଜେପି ମିଳିତ ସରକାର ଗଠନ ହେବା ସଙ୍କେତ ମିଳୁଛି । ତେବେ ଦିନ କୁ ଦିନ କଂଗ୍ରେସ ତାହାର ସ୍ଥିତି ହରାଉଥିବା ବେଳେ ଆଗକୁ ୨୪ ନିର୍ବାଚନକୁ ନେଇ ଚିନ୍ତାରେ ଦଳ । କଂଗ୍ରେସର ଏଭଳି ସ୍ଥିତି ଦେଖିଲେ ଲାଗୁଛି ହୁଏତ ଆଗାମୀ ଦିନରେ କଂଗ୍ରେସ ନରହିପାରେ । ତେବେ ଆଗକୁ ଦେଖିବାକୁ ବାକି ରହିଲା ୨୪ ରେ କିଏ କରୁଛି ବାଜିମାତ ।

Comments are closed, but trackbacks and pingbacks are open.