ଥରିଲା ଗୁଜରାଟ
ଅହମ୍ମଦାବାଦ : ଆଜି ପୁଣି ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ତର ସ୍କେଲ ରେ ଏହାର ତୀବ୍ରତା ୪ .୩ ଥିଲା I ରବିବାର ଦିନ ପ୍ରାୟ ୩.୨୧ ମିନିଟ ସମୟରେ ରାଜକୋଟ ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ରାଜକୋଟଠାରୁ ୨୭୦ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ କେହି ମୃତାହତ କି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ।
ଗତ ସପ୍ତାହରେ ଅମରେଲି ଜିଲ୍ଲାରେ ଦୁଇ ଦିନରେ ଭୂମିକମ୍ପର ୩ ମାମୁଲି ଝଟ୍କା ଅନୁଭବ କରାଯାଇଥିଲା। ଜିଲ୍ଲାର ସାବରକୁଣ୍ଡଳା ତାଲୁକାରେ ୩.୧ ତୀବ୍ରତାର ଭୂମିକମ୍ପ ଆସିଥିଲା। ଯଦିଓ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ଏହି ଝଟ୍କା ସାବରକୁଣ୍ଡଳା ତାଲୁକାର ମିତିୟାଲା ଗାଁରେ ଅମରେଲି ଠାରୁ ୪୪ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬.୨ କିଲୋମିଟର ଗଭୀରରେ ରେକର୍ଡ କରାଯାଇଥିଲା।
Comments are closed, but trackbacks and pingbacks are open.