ମହିଳାଙ୍କୁ ମିଳିବ ସ୍କୁଟି!

27

ପୁଣିଥରେ ରାଜ୍ୟସରକାରଙ୍କ ମହିଳାଙ୍କୁ ପ୍ରାଧାନ୍ୟ । ମହିଳାଙ୍କୁ ରାଜ୍ୟ ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗମନାଗମନ ସଶକ୍ତିକରଣ ପାଇଁ ଆରମ୍ଭ ହେବ ନୂଆ ଯୋଜନା । ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ମିଳିବ ସ୍କୁଟର । ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତବ ଦିଆଯାଉଛି ।

ଏଥିପାଇଁ ବଜେଟରେ ମୋଟ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ଗତ ଆର୍ôଥକ ବର୍ଷର ବ୍ୟୟ ବରାଦଠାରୁ ୨୭ ପ୍ରତିଶତ ଅଧିକ ।

ଏହି ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯ ଶହ ୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘ ପାଇଁ ଆର୍ôଥକ ସହାୟତା ବାବଦରେ ୯ ଶହ ୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦ କୋଟି ଟଙ୍କା, ଜିଲ୍ଲା ମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ ଶହ ୫୦ କୋଟି ଟଙ୍କା ଓବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ ଶହ ୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

Comments are closed, but trackbacks and pingbacks are open.