୬ ମାସ ପୂର୍ବ ରୁ ବିରଂଚିଙ୍କୁ ବାଧ୍ୟତାମୂଳକ ଅବସର : ବଢ଼ିଲା ନିର୍ମଳଙ୍କ ଅଡ଼ୁଆ

38

କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ(ଓଏସଏସସି)ଙ୍କ ବ୍ୟକ୍ତିଗତ ସଚିବ(ପିଏସ୍‌) ବିରଂଚି ନାରାୟଣ ସାହୁଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ପରେ ଏବେ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଛନକା ପଶିଛି। ତାଙ୍କ ଅଫିସରେ କାର୍ଯ୍ୟରତ ପିଏସ୍ ଶ୍ରୀ ସାହୁ ଏତେ ପରିମାଣର ଅର୍ଥ ଠୁଳ କରିବା ଓ ଏନେଇ ଶ୍ରୀ ମିଶ୍ର ଦୀର୍ଘ ୨ବର୍ଷ ଧରି କିଛି ବି ଟେର ନପାଇବାର ଯୁକ୍ତିକୁ ଭିଜିଲାନ୍ସ ଗ୍ରହଣ କରି ପାରୁ ନାହିଁ I ସୂଚନା ଥାଉ କି ବିରଂଚି ନାରାୟଣ ସାହୁ ଆସନ୍ତା ୬ ମାସ ମଧ୍ୟ ରେ ଅବସର ଗ୍ରହଣ କରିଥାନ୍ତେ,କିନ୍ତୁ ଭିଜିଲାନ୍ସ ଦ୍ୱାରା ଗିରଫ ହେବାପରେ ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦିଆଇଛନ୍ତି I

Leave A Reply

Your email address will not be published.