୨୪ ନିର୍ବାଚନ ପାଇଁ କୋଟିଆ ହେବ କି କଣ୍ଟା ?

24

ମୁହାଁମୁହିଁ ହେଲେ କୁସୁମ – ପ୍ରମିଳା ! ସୀମା ବିବାଦ ନେଇ କୁସୁମଙ୍କ ପ୍ରଶ୍ନବାଣ ! ୨୪ ନିର୍ବାଚନ ପାଇଁ କୋଟିଆ ହେବ କି କଣ୍ଟା ? ସରଗରମ ହେଉଛି ରାଜ୍ୟ ରାଜନିତୀ । ବଦଳୁଛି ରାଜନୈତିକ ସମ୍ମୀକରଣ । ୨୪ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଦଳ ପାଇଁ ହୋଇପାରେ ବୁମେରାଂ । କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଖବର ସାମ୍ନାକୁ ଆସୁଛି । ଏପରିକି ଆନ୍ଧ୍ର ଅଧିକାରୀ ମଧ୍ୟ ଆସି ଓଡ଼ିଶାରେ ଡେରା ପକାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ କିଛି ଏଭଳି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ବିଧାନସଭାର ବଜେଟ ଅଧିବେଶନରେ କୁସୁମ ଜାଣିବାକୁ ଚାହିଁଥିଲେ ଯେ, କୋଟିଆରେ ୨୦୨୧ରେ ଆନ୍ଧ୍ର ଅଧିକାରୀ କେତେ ଥର ଅନୁପ୍ରବେଶ କରିଛନ୍ତି । କୋଟିଆରେ ଆନ୍ଧ୍ର ଅଧିକାରୀ ଭତ୍ତା ଓ ରାସନ ବଣ୍ଟନ କରିବା ସହ ରାସ୍ତା ନିର୍ମାଣ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଛି । ଯଦି ଆସିଛି ତେବେ ସରକାରଙ୍କ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୨୦୨୧ରେ କୋଟିଆରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିବା ସହ ଏଠାରେ ରାସନ ଓ ଭତ୍ତା ବାଣ୍ଟୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ।

ସେହିଭଳି ଆନ୍ଧ୍ର ତରଫରୁ ଏଠାରେ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କୌଣସି କାର୍ଯ୍ୟକଳାପ ଦୃଷ୍ଟିଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ପ୍ରମିଳା । ତେବେ ରାଜ୍ୟ ସରକାର ସୀମା ବିବାଦ ନେଇ ୨୪ ପୂର୍ବରୁ କଣ ପଦକ୍ଷପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.