ଜୟନାରାୟଣଙ୍କୁ ଡରୁଛନ୍ତି କି ସରକାର?

20

ଜୟନାରାୟଣଙ୍କୁ ଡରୁଛନ୍ତି କି ସରକାର? ଜୟନାରାୟଣ ଖୋଲିଲେ ବିଜେଡିର ଗୁମର ! ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଜୟନାରାୟଣ । ଚର୍ଚ୍ଚାରେ ଜୟନାରାୟଣ । ଆଇନି ଶୃଙ୍ଖଳା ପ୍ରତିବାଦ ପାଇଁ ଯାଇଥିଲେ ହେଲେ ନିଜେ ଆଇନ ଭାଙ୍ଗିଦେଲେ । ମହିଳା କର୍ମୀଙ୍କୁ ହାତ ଉଠାଇଥିବାକୁ ନେଇ ରାଜ୍ୟ ରାଜନୀତିକୁ ହଲଚଲ କରିଛନ୍ତି ଜୟନାରାୟଣ । । ତେବେ ସବୁଠୁ ବଡ ପ୍ରଶ୍ନ ନାରୀ ସଶକ୍ତିକରଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ନବୀନ କାହିଁକି ଚୁପ୍ ? କଣ ଜୟନାରାୟଣଙ୍କ ପାଇଁ ନବୀନଙ୍କ ମନରେ ଅଛି କି ସ୍ପଟ୍ କର୍ଣ୍ଣର ?(ଗ୍ରାଫିକସ୍ ହେବ ) ତେବେ ଅନେକ ନାରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି , କଂଗ୍ରେସ ଅନେକ ଥର ରାଜରାସ୍ଥାକୁ ଓହ୍ଲାଇଛନ୍ତି ।

ତେବେ ଜଣେ ନାରୀଙ୍କୁ ଉପରକୁ ଦଳୀୟ କର୍ମୀଙ୍କର ହାତ ଉଠାଇବା ପରେ ଦଳ ପୁରା ନିରବ ଦଷ୍ଟା । କଣ ନିଜର ନେତାଙ୍କ କାଣ୍ଡକୁ ଚାପିଦେବାକୁ ଚାହୁଁଛି ବିଜେପି ? ତେବେ କୁଆଡେ ଗଲା ବିଜେପିର ନାରୀଙ୍କ ସୁରକ୍ଷାର ପ୍ରତିଜ୍ଞା ?(ଗ୍ରାଫିକସ୍ ହେବ ) କିନ୍ତୁ ଏହା ପରେ ଥମୁନି ଜୟନାରାୟଣ ଆଚରଣ । କେତେବେଳେ ବିଧାନସଭାରେ ହଟ୍ଟଗୋଳତ ପୁଣି କେତେ ବେଳେ ଚାର୍ଜସିଟ୍ ତାଙ୍କ ନାଁ ଦାଖଲ କରିବାକୁ ନେଇ ସରକାରଙ୍କୁ କରୁଛନ୍ତି ଓପନ୍ ଚ୍ୟାଲେଞ୍ଜ । ଶୂନ୍ୟକାଳରେ ବିସ୍ଫରକ ମନ୍ତବ୍ୟ ଦେଲେ ଜୟନାରାୟଣ । ସେ ବିଧାନସଭା ବାହାରେ ଶାସକ ଦଳର ବିଧାୟକ ମାନେ ମୋ ନାଁ ରେ ବହୁତ କିଛି କହିଛନ୍ତି । ତେଣୁ ମୁଁ ବିଧାନସଭା ରେ ଏହା କହିବା ପାଇଁ ବାଧ୍ୟ ହେଉଛି । ଯଦି ମୁଁ ଅପରାଧୀ ତେବେ ମୋ ନାଁ ରେ ଆପଣ ଚାର୍ଜ ସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ । ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ ।ଏମିତି କହି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ଜୟନାରାୟଣ ।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ନାଁ ଅଭିଯୋଗ ଆଣିବା ପୂର୍ବରୁ ତାଙ୍କ ନିଜକୁ ଦେଖିବା ଉଟିତ ବିଜେପୁର ନିର୍ବାଚନ ସମୟରେ ଶାସକ ଦଳ ନିର୍ବାଚନ ଜିତିବା ପାଇଁ କିପରି ଜଣଙ୍କୁ ହତ୍ୟା କରିଥିଲା ତାହାର ଟେପ ବା ପ୍ରମାଣ ବି ଦେଇ ଦେବି । ୪୬ ଜଣ ବିଧାୟକ ଙ୍କ ନାଁ ରେ ୧୮୦ ଟି କେସ ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁ ରେ ୩୦୭, ୨ ଜଣଙ୍କ ନାଁରେ ୩୯୫ ଡକାୟତି, ୯ ଜଣଙ୍କ ନାଁରେ ୩୭୯ ଚୋରି, ୪ ଜଣଙ୍କ ନାଁରେ ୧୭୧ ଲାଞ୍ଚ ନେବା, ୨୮ ଜଣ ଙ୍କ ନାଁରେ ୫୦୬ ଧମକ, ୫ ଜଣଙ୍କ ନାଁରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁରେ ୩୭୬ ଦୁଷ୍କର୍ମ , ୪ ଜଣଙ୍କ ନାଁରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି । ତାଳଚେର ବିଧାୟକ ନାଁରେ ୨୯ ଟି କେସ ରହିଛି । (ଗ୍ରାଫିକସ୍ ହେବ ) ତେବେ ଏହା ପରେ ଲାଗୁଛି ପୁଲିସ୍ କର୍ମୀଙ୍କ ମନବଳ ଭାଙ୍ଗିଲା ପରି ପରିଲିକ୍ଷିତ ହେଉଛି । ତଥାପି ଜୟନାରାୟଣଙ୍କ ଗୁଣ୍ଡାରାଜ ଥମିବାର ନାଁ ନେଉନି । ତେବେ ତାଙ୍କ ଉପରେ କେବେ କାର୍ଯ୍ୟନୁଷ୍ଠାନ ନିଆଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Comments are closed, but trackbacks and pingbacks are open.