ନୂଆଦିଲ୍ଲୀରେ “ଆନ୍ତର୍ଜାତିକ ଶିକ୍ଷା ମେଳା- ୨୦୨୩”ରେ କେନ୍ଦ୍ରମନ୍ତ୍ରୀ

21

ଭୁବନେଶ୍ୱର : ଆମେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରି ଆମର ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜାତୀୟକରଣ କରୁଛୁ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନ ଠାରେ କାଶ୍ମୀରର ସ୍କୁଆଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ “ଆନ୍ତର୍ଜାତିକ ଶିକ୍ଷା ମେଳା- ୨୦୨୩”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱରେ ଜାମ୍ମୁ କାଶ୍ମୀରରେ ଆଜି ବିକାଶର ନୂଆ ସୂର୍ଯ୍ୟୋଦୟ ହୋଇଛି । ଶିକ୍ଷା ମନ୍ତ୍ରଣାଳୟ କାଶ୍ମୀରର ସ୍କୁଆଟ୍ ବିଶ୍ୱବିଦ୍ୟାଳୟକୁ ବୈଶ୍ୱିକରଣ କରିବା ପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବ । ଭାରତକୁ ବିଶ୍ୱର ଶିକ୍ଷାର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା ପାଇଁ ସବୁ ବିଶ୍ୱବିଦ୍ୟାଳୟକୁ ଆଗେଇ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ ।

ବିଶ୍ୱ ଭାରତ ଠାରୁ ଗବେଷଣା, ଦକ୍ଷତା ବିକାଶ, ନବସୃଜନ ଏବଂ ଉଦ୍ୟମିତାକୁ ଅପେକ୍ଷାର ସହ ଦେଖୁଛି । ଭାରତ କୋଭିଡର ପରିଚାଳନା ଓ ୟୁକ୍ରେନ ଏବଂ ଋଷର ଯୁଦ୍ଧ ପରିସ୍ଥିତିରେ ସେହି ସ୍ଥାନରୁ ଭାରତକୁ ସୁରକ୍ଷିତ ଭାବେ ଆଣିପାରିଥିଲା, ତାହା ଆଜି ଉଦାହରଣ ତିଆରି କରିଛି । ସବୁପ୍ରକାର ବିକାଶର କାର୍ଯ୍ୟ ପାଇଁ ଜ୍ଞାନ ହିଁ ମୂଳ ଆଧାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ମେଳାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଓ ଆଇସିସିଆରର ସଭାପତି ଡା. ବିନୟ ସହସ୍ରବୁଦ୍ଧେ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.