ଅଗ୍ନିପଥ ଯୋଜନା: ୧୬ ଫେବୃଆରୀ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଅନ୍‌ଲାଇନ୍‌ ପଞ୍ଜିକରଣ

24

ଭୁବନେଶ୍ୱର :ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି । ପ୍ରଥମ ଫିଲଫର ଭାବରେ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ଏବଂ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌ଲାଇନ୍‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.in ୱେବସାଇଟ ରେ ଆବେଦନ କରିପାରିବେ । ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡ଼ିଓ www.joinindianarmy.nic.in େୱବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଆଶାୟୀଙ୍କୁ
କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ଅନ୍‌ଲାଇନ୍‌ରେ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ । ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ୨୦୨୩ ଅପ୍ରେଲ ୧୭ରୁ ମଇ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ । ଆଶାୟୀଙ୍କ ସାହାଯ୍ୟ ନିମନ୍ତେ କମ୍ପ୍ୟୁଟର ଆଧାରିତ ଅଭ୍ୟାସ ପରୀକ୍ଷା www.joinindianarmy.nic.inଇଂ ୱେବସାଇଟରେ ଉପଲବ୍ଧ ରହିଛି ।

ଭାରତୀୟ ସେନାରେ ଅଗ୍ନିପଥ ନିଯୁକ୍ତି ନିମନ୍ତେ ଅଗ୍ନିପଥ ଯୋଜନା ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଓଡ଼ିଶାର ବହୁତ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଅଗ୍ନିବୀର ପ୍ରଥମ ବ୍ୟାଚ୍‌ ୨୦୨୩ ଜାନୁଆରୀ ୧ ତାରିଖରୁ ବିଭିନ୍ନ ସେନା ତାଲିମ କେନ୍ଦ୍ରରେ ତାଲିମରତ ଅଛନ୍ତି I ଦ୍ୱିତୀୟ ବ୍ୟାଚ୍‌ ମାର୍ଚ୍ଚ ୧ ତାରିଖରୁ ତାଲିମ ଆର ମ୍ଭ ହେବ । ବିଭିନ୍ନ ଶିକ୍ଷାନୁଷ୍ଠାନ ରେ କରାଯାଉଥିବା ଏହି କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟକ ଆଶାୟୀ ପ୍ରାର୍ଥୀ ଭାରତୀୟ ସେନାରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶାର ଅନୁଗୋଳ, ବରଗଡ଼, ବଲାଙ୍ଗିର, ଦେଓଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେଉଁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ ।

Comments are closed, but trackbacks and pingbacks are open.