ଶ୍ରୀମନ୍ଦିର ବ୍ୟତିତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି

32

ପୁରୀ: ଭକ୍ତ ମାନଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ପୁରୀ ଜିଲ୍ଲା ପାଇଁ ନୂଆ କୋଭିଡ ଗାଇଡ୍ ଲାଇନ ପ୍ରଚଳନ ହେଲା ।କୋଭିଡ ପାଇଁ ଦୀର୍ଘ ସାଢେ ତିନି ମାସ ଧରି ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯାଇନାହିଁ I କରୋନା ସଂକ୍ରମଣ ସମ୍ପୂର୍ଣ କମି ନ ଥିବାରୁ ,ବର୍ତମାନ ସମୟ ରେ ଶ୍ରୀମନ୍ଦିର ଖୋଲିବ ନାହିଁ ,ଏହା ବ୍ୟତିତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ମିଳିଛି । ୬୧ ବର୍ଷରୁ ଅଧିକ ବୟଷ୍କ, ୧୦ ବର୍ଷରୁ କମ ପିଲା ଓ ଗର୍ଭବତୀଙ୍କ ପାଇଁ ଲାଗୁ ରହିବ କଟକଣା । ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲା ରହିବ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ।
କିନ୍ତୁ ସପ୍ତାହନ୍ତ ସଟଡାଉନ କେବଳ ସହରାଞ୍ଚଳ ପାଇଁ ଲାଗୁ ହେବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ମାସ୍କ ଓ ସାମାଜିକ ଦୂରତାକୁ ଦିଆଯିବ ପ୍ରାଥମିକତା । ଅବମାନନା କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ।

Leave A Reply

Your email address will not be published.