ବସିଲା ସର୍ବଦଳୀୟ ବୈଠକ

26

ବସିଲା ସର୍ବ ଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସରୁଖୁରୁରେ ଚଳେଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଡାକିଛନ୍ତି ସର୍ବ ଦଳୀୟ ବୈଠକ । ଏହି ବୈଠକରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର , କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଓ ପ୍ରମୁଖ ବିଧାୟକମାନେ ଯୋଗଦେଇଛନ୍ତି । ୨୧ରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ବଜେଟ ଅଧିବେଶନ । ଏଥିରେ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ଯେପରି ସାହାର୍ଯ୍ୟ କରିବେ ସେ ନେଇ ବାଚସ୍ପତି ସହ ହୋଇଛି ଆଲୋଚନା ।ଏହା ସହ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳ ପାଇଁ ସପ୍ତାହରେ କେତୋଟି ଲେଖାଏ ଁ ମୁଲତବି ଭାଗ ପଡିବ ଏନେଇ ଏହି ବୈଠକ ସ୍ଥିର ହୋଇଛି ।

ତେବେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତା କାଲିଠୁ ମାର୍ଚ୍ଚ ୧ତାରିଖ ଯାଏଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ତାରିଖ ପର୍ଯ୍ୟାନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବୃଆରୀ୨୪ ତାରିଖ ଦିନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୩ -୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।

ସେପଟେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ , ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି ।

Comments are closed, but trackbacks and pingbacks are open.