ପ୍ରଧାନମନ୍ତ୍ରୀ ହେବେ ନୀତୀଶ !

27

ପ୍ରଧାନମନ୍ତ୍ରୀ ହେବେ ନୀତୀଶ ! ନୀତୀଶଙ୍କୁ ପ୍ରଶଂସାରେ ପୋତି ପକାଇଲେ ତେଜସ୍ୱୀ । ସରଗରମ ହେଉଛି ବିହାର ରାଜନିତୀ । ବଦଳୁଛି ରାଜନୈତିକ ପାଣିପାଗ । ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ । ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ ଦେଉଥିବାରୁ ଏନେଇ ନୀତୀଶଙ୍କୁ ପ୍ରଶ୍ନ କରାଯାଇଥିଲା ।

ନୀତୀଶ କହିଛନ୍ତି, ମୁଁ ନେତାମାନଙ୍କୁ ଏମିତି କରିବାପାଇଁ ମନା କରିଛି । ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଏଭଳି ଦାବିକୁ ଖଣ୍ଡନ କରିଥିଲେ । ତେଜସ୍ୱୀ କହିଥିଲେ ନୀତୀଶ ବିରୋଧୀ ନେତାଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକଜୁଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଦିଗରେ କାର୍ଯ୍ୟ କରୁଛନ୍ତି । ତେଜସ୍ୱୀ କହିଥିଲେ, ନୀତୀଶ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆମେମାନେ ତାଙ୍କ ତତ୍ତ୍ୱାବଧାନରେ କାମ କରୁଛୁ । ଏବେ ତାଙ୍କର ଏକମାତ୍ର ଏଜେଣ୍ଡା ହେଉଛି ସମସ୍ତ ବିରୋଧୀ ଦଳକୁ ଏକତ୍ରିତ କରିବା । ତାଙ୍କର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ ।

ନୀତୀଶ କୁମାର ଗତ ଜାନୁଆରି ୫ ତାରିଖରୁ ସମାଧାନ ଯାତ୍ରା କରୁଛନ୍ତି । ଏହି ଯାତ୍ରା ସେ ୧୮ଟି ଜିଲ୍ଲା ଅତିକ୍ରମ କରିବେ । ଗତ ୧୮ ବର୍ଷ ମଧ୍ୟରେ କେଉଁସବୁ କାର୍ଯ୍ୟ କରାଯାଇଛି ସେନେଇ ଲୋକମାନଙ୍କ ମତାମତ ନିଆଯିବ । ତେବେ ଆଗକୁ ନିତୀଶ କଣ ପଦକ୍ଷପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.