କାହିଁକି କପିଲ ଶର୍ମାଙ୍କ ବ୍ରେକଅପ୍ ହୋଇଥିଲା

31

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ କିଏ ବା ନ ଜାଣିଛି । କପିଲଙ୍କ କମେଡି ସୋ’ରେ ତାରକାମାନେ ପ୍ରତି ସପ୍ତାହରେ ନଜର ଆସୁଛନ୍ତି । ପ୍ରଶଂସକମାନଙ୍କୁ ମିଠା ଖଟା କଥା କହି ହସାଇବା କାର୍ଯ୍ୟ ବର୍ଷ ବର୍ଷ ଧରି କରିଆସୁଛନ୍ତି କପିଲ। ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ ଭଲ ପାଉଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୮୦ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା ।

କପିଲ ଏକ ଶୋ’ରେ କହିଛନ୍ତି ଯେ, ସ୍କୁଲରେ ପଢୁଥିବା ବେଳେ ପ୍ରୀତିଙ୍କୁ ସେ ବହୁତ ଭଲ ପାଉଥିଲେ । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ଦିନେ ପ୍ରୀତିଙ୍କୁ ଏକ ରେସ୍ତୋରାଁକୁ ନେଇଥିଲେ କପିଲ । ସେଠାରେ ଉଭୟ ପିଜା ଓ କୋଲଡ଼ିଙ୍କିସ୍ ମଗାଇ ଖାଇଥିଲେ । ସେତେବେଳେ କପିଲଙ୍କ ପାଖରେ ମାତ୍ର ୮୦ ଟଙ୍କା ଥିଲା । ତାଙ୍କର ଧାରଣା ଥିଲା ସେହି ଟଙ୍କାରେ ପିଜା ଓ କୋଲଡ଼୍ରିଙ୍କ୍‌ସ ହୋଇଯିବ । ହେଲେ ଖାଇବା ପରେ ବିଲ୍ ଅଧିକ ହୋଇଥିଲା । କପିଲଙ୍କ ପାଖରେ ଏତେ ଟଙ୍କା ନ ଥିବା ଜାଣିବାରୁ ପ୍ରୀତି ହଠାତ୍ ରାଗିଯାଇ ଲୋକଙ୍କ ଆଗରେ ତାଙ୍କୁ ଅପଦସ୍ତ କରିଥିଲେ, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା । ଏହି ଛୋଟିଆ କଥାରୁ ହିଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

କପିଲ କହିଛନ୍ତି ଯେ, ପ୍ରୀତିଙ୍କ ପ୍ରଯୋଜନାରେ ହିଁ କପିଲ ଶର୍ମା ଶୋ ଆୟୋଜିତ ହୋଇଥିଲା । ଏଥିସହିତ ତାଙ୍କୁ ନେଇ ଅନେକ କମେଡ଼ି ଶୋ ମଧ୍ୟ ପ୍ରଯୋଜନା କରିଛନ୍ତି ପ୍ରୀତି । ୮ ବର୍ଷର ସମ୍ପର୍କ ମାତ୍ର ୮୦ ଟଙ୍କା ପାଇଁ ଛିନ୍ନ ହୋଇଥିଲା ବୋଲି କହିଛନ୍ତି କପିଲ । ପରେ ତାଙ୍କର କଲେଜ ଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ କପିଲ । ଏବେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

Comments are closed, but trackbacks and pingbacks are open.