ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ ପେଶ କରିଛନ୍ତି । ତେବେ ବିଧାନସଭାରେ ବଜେଟ ପେଶ କରିବା ସମୟରେ ସେ ଗତ ବର୍ଷର ପୁରୁଣା ବଜେଟକୁ ପଢିଥିଲେ । ତେବେ ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଅଟକାଇବା ପରେ ସେ ଅଧାରୁ ଏହାକୁ ପଢିବା ବନ୍ଦ କରିଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ବାଚସ୍ପତି ହଟ୍ଟଗୋଳକୁ ଦେଖି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । ବିଧାନସଭାରେ ଅଶୋକ ଗେହଲଟ ଯେତେବେଳେ ବଜେଟ ପଢୁଥିଲେ ସେତେବେଳେ ବିରୋଧୀ ଦଳର ନେତା ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।
ସେତେବେଳେ ନିଜେ ଅଶୋକ କହିଥିଲେ ଟିକେ ଅପେକ୍ଷା କରନ୍ତୁ । ବଜେଟ ପଢିବା ସମୟରେ ଅଶୋକ ଗେହଲଟ ପୁରୁଣା ବଜେଟର କିଛି ଯୋଜନାକୁ ପୁଣି ଥରେ ଉପସ୍ଥାପନା କରିଥିଲେ । କେବଳ ଏତିକି ନୁହେଁ ଏଥିରେ ସହରୀ ବିକାଶ ଯୋଜନା ଯାହା ଗତ ବର୍ଷ ଲାଗୁ ହୋଇଥିଲା ତାହା ମଧ୍ୟ ରହିଥିଲା । ତାକୁ ମଧ୍ୟ ଚଳିତ ବଜେଟରେ ପୁଣି ଥରେ ଉପସ୍ଥାପନ କରାଯାଇଥିଲା । ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଏ ବାବଦରେ ଅବଗତ କରାଇଥିଲେ ।
ତେବେ ଏହାକୁ ନେଇ ବିରୋଧୀ ଦଳ ଜୋରଦାର ହଟ୍ଟଗୋଳକୁ ବୃଦ୍ଧି କରିଥିଲେ । ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।
Comments are closed, but trackbacks and pingbacks are open.