ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲେ ଗୋପାଳ

33

ନବ ଦାସଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ତାଙ୍କୁ ଗୋପାଳ ଦାସ କାହିଁକି ହତ୍ୟା କରିଥିଲା ସେନେଇ କୌଣସି ତଥ୍ୟ ପାଇନାହିଁ କ୍ରାଇମବ୍ରାଞ୍ଚ । ତେବେ ଏହି ହତ୍ୟା ପଛର ସତ ଜାଣିବା ପାଇଁ ଗୋପାଳର ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ସେଥିପାଇଁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗୁଜରାଟ ଗାନ୍ଧିନଗରକୁ ନିଆଯାଇଛି । ନାର୍କୋ ଟେଷ୍ଟ ପାଇଁ ଓଡ଼ିଶାରେ ବ୍ୟବସ୍ଥା ନଥିବାରୁ ତାଙ୍କୁ ଗୁଜରାଟ ନିଆଯାଇଛି । ଗୋପାଳଙ୍କୁ ଝାରସୁଗୁଡ଼ାରୁ କୋଲକାତା ଦେଇ ଗୁଜରାଟ ନିଆଯାଇଥିବା ସୂଚନା ମିଳିଛି ।

ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ଗୋପାଳ ଦାସ । ରାଜ୍ୟ ରାଜନୀତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ାରେ ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଗୋପାଳଙ୍କୁ ଜେରା ମଧ୍ୟ କରୁଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓ ଓ ଗାନ୍ଧି ଛକ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଛି । ଅନ୍ୟପକ୍ଷରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ।

ମଙ୍ଗଳବାର ଗୋପାଳଙ୍କୁ କ୍ରାଇମ୍ ସ୍ପଟ୍ ନିଆଯାଇଥିଲା । ମନ୍ତ୍ରୀଙ୍କ ଉପରକୁ ଗୋପାଳ କେମିତି ଗୁଳି ପୁଟାଇଥିଲେ? ତାହାର ଡେମୋ ଦେଖାଇଥିଲେ । ହେଲେ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଇଥିଲେ ସୁଦ୍ଧା ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ? କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସତ ଓଗାଳି ପାରୁନାହିଁ । ତେଣୁ ଗୋପାଳ କୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇ ନାର୍କୋ ଟେଷ୍ଟ କରିବା ପାଇଁ ତାଙ୍କୁ ଗୁଜରାଟ ନିଆଯାଇଛି ।

Comments are closed, but trackbacks and pingbacks are open.