ଖେଳ ହେବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ !

44

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ କେବେ ଓ କେଉଁଠାରେ ଖେଳାଯିବ ତାହା ଆଇସିସି ଚୂଡାନ୍ତ କରିଛି । ଲଣ୍ଡନର ଦି ଓଭାଲ ଗ୍ରାଉଣ୍ଡରେ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଇସିସି ବୁଧବାର ତାରିଖର ଘୋଷଣା କରିବା ସହ ରିଜର୍ଭ ଡେ ରଖାଯିବା ନେଇ ସ୍ପଷ୍ଟ କରିଛି । ୧୨ଜୁନ ରିଜର୍ଭ ଡେ ଭାବେ ରଖାଯିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଏହା ଦ୍ୱିତୀୟ ସିଜନ ହେବ । ପ୍ରଥମ ସଂସ୍କରଣରେ କେନ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ସାଉଥାମ୍ପଟନରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା ।

ଦ୍ୱିତୀୟ ସଂସ୍କରଣର ଫାଇନାଲରେ ରେସରେ ଭାରତ ଏବଂ ଅଷ୍ଟ୍ରେଲିଆ ଆଗରେ ରହିଛନ୍ତି । ପ୍ରଦର୍ଶନ ବିଚାରକୁ ନେଲେ ଯେତେଦୂର ସମ୍ଭବ ଏହି ୨ ଟିମ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପଂଏଟ ଟେବୁଲରେ ଅଷ୍ଟ୍ରେଲିଆ ୭୫.୫୬ ପ୍ରତିଶତ ସହ ପ୍ରଥମ ଏବଂ ଭାରତ ୫୮.୯୩ ସହ ଦ୍ୱିତୀୟ ସ୍ଥାନରେ ରହିଛି । ବର୍ଡର-ଗାଭାସ୍କର ସିରିଜ ପରେ କିଏ ଫାଇନାଲକୁ ଯିବ ତାହା ସ୍ପଷ୍ଟ ହେବ । ଭାରତ ୨-୦ରେ ସିରିଜ ଜିତିଲେ ଫାଇନାଲରେ ପ୍ରବେଶ କରିପାରିବ ।

ଶ୍ରୀଲଙ୍କା ୫୩.୩୩ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ଫାଇନାଲ ପୂର୍ବରୁ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ-ଭାରତ ଓ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ ।

Comments are closed, but trackbacks and pingbacks are open.