ଷଷ୍ଠ ଥର ଲାଗି ଗ୍ରାହକଙ୍କୁ ମହଙ୍ଗା ମାଡ଼

30

ଗ୍ରାହକଙ୍କୁ ଝଟକା । ଷଷ୍ଠ ଥର ଲାଗି ମହଙ୍ଗା ମାଡ଼ । ବଢିଲା ରେପୋ ରେଟ୍ । ୨୫ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି ପାଇଛି । ଏହାପରେ ସମସ୍ତ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ । ଦେଶରେ ଦରଦାମ ବୃଦ୍ଧି କାବୁରେ ଆସିବା ପରେ ମଧ୍ୟ ଆରବିଆଇ ଦର ବୃଦ୍ଧିର ନିଷ୍ପତ୍ତି ନେଇଛି ।

ରେପୋ ରେଟ୍ ଏବେ ୬.୨୫ପ୍ରତିଶତରୁ ବଢି ୬.୫୦ପ୍ରତିଶତ ହୋଇଯାଇଛି । ଫଳରେ ଘର ଲୋନରୁ ନେଇ କାର୍ ଏବଂ ପର୍ସନାଲ ଲୋନ ସବୁ କିଛି ମହଙ୍ଗା ହୋଇଯିବ ଏବଂ ଆପଣଙ୍କୁ ଅଧିକ ଇଏମ୍‌ଆଇ ଦେବାକୁ ପଡ଼ିବ । ଦେଶର ସାଧାରଣ ବଜେଟ ଉପସ୍ଥାପନା ପରେ ଆରବିଆଇ ଏମପିସିର ବୈଠକ ଥିଲା ଏବଂ ଏଥିରେ ପୁଣି ସାଧାରଣ ଲୋକଙ୍କୁ ଝଟକା ଲାଗିଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ତିନି ଦିବସୀୟ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରିଛନ୍ତି । ୨୫ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି ପାଇଛି । ରେପୋ ରେଟ୍ ୦.୨୫ପ୍ରତିଶତ ବୃଦ୍ଧି ପରେ ୬.୨୫ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ପ୍ରତିଶତରେ ପହଞ୍ଚିଛି । ରେପୋ ରେଟ୍ ବୃଦ୍ଧି ଯୋଗୁ ସମସ୍ତ ପ୍ରକାର ଲୋନ ଇଏମଆଇ ବୃଦ୍ଧି ପାଇବ ।

ସୂଚନା ଅନୁଯାୟୀ ଡିସେମ୍ବର ୨୦୨୨ହୋଇଥିବା ଏମପିସି ବୈଠକରେ ଦର ୫.୯୦ପ୍ରତିଶତରୁ ବୃଦ୍ଧି ପାଇ ୬.୨୫ପ୍ରତିଶତ କରାଯାଇଥିଲା। ଆରବିଆଇ ଗତ ବର୍ଷରୁ ଏବେ ଯାଏ ପ୍ରାୟ ଷଷ୍ଠ ଥର ଲାଗି ରେପୋ ରେଟ୍ ବୃଦ୍ଧି କରିବାକୁ ଯାଇ ପାଖାପାଖି ୨.୫୦ପ୍ରତିଶତ ବୃଦ୍ଧି କରାଯାଇଛି ।

Comments are closed, but trackbacks and pingbacks are open.