ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ

20

ଲଗାତାର ଦୁଇ ଦିନ ହେବ ତୁର୍କୀ ଅନୁଭୂତ ହେଉଛି ଭୂକମ୍ପ । ଅନେକ ଜନ ଜୀବନ କ୍ଷତି ଘଟିଥିବା ବେଳେ । ଅନେକ ଲୋକଙ୍କ ପ୍ରାଣ ହାନି ମଧ୍ୟ ହୋଇଛି । ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା । ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ଆଜି ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୯.୪୫ ସମୟରେ ଏହି କମ୍ପନ ରେକର୍ଡ କରାଯାଇଥିଲା । ୨ ଦିନ ମଧ୍ୟରେ ତୁର୍କୀରେ ଏହା ଚତୁର୍ଥ ଭୂକମ୍ପ ଝଟ୍‌କା । ତୁର୍କୀରେ ହୋଇଥିା ଭୂକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୩୦୦ ଅତିକ୍ରମ କରିଛି । ଏଥି ସହିତ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ ୧୪୪୪ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି ।

ଭୂକମ୍ପରେ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ ଅଧିକ କୋଠା ଭୁଶୁଡି ପଡିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭାରତ ସମେତ ବିଶ୍ୱର ଅନେକ ଦେଶ ତୁର୍କୀକୁ ସାହାଯ୍ୟ ହାତ ବଢାଇଛନ୍ତି । ଭାରତ କୁକୁର ଦଳ ସହିତ ତୁର୍କୀକୁ ଏନଡିଆରଏଫ୍‌ର ଦୁଇଟି ଦଳ ପଠାଇଛି । ଏହା ବ୍ୟତୀତ ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଇଛି । ଭୂବିଜ୍ଞାନୀମାନେ କହିଛନ୍ତି, ବଡ଼ ଭୂକମ୍ପର କମ୍ପନ ପରେ ମଧ୍ୟ ତୁର୍କୀ ଏବଂ ସିରିଆର ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୦୦ଟି ଭୂକମ୍ପ ଅନୁଭୂତ ହୋଇଥିଲା । ତୁର୍କୀରେ ହୋଇଥିବା ଭୂମିକମ୍ପରେ ସହାୟତା ନିମନ୍ତେ ଭାରତ ଉଦ୍ଧାରକାରୀ ଓ ଡାକ୍ତରୀ ଦଳ ପଠାଇବାକୁ ଘୋଷଣା କରିଛି । ଭୂମିକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀକୁ ଦୁଇଟି ଏନଡିଆରଏଫ୍ ଟିମ୍ ଓ ଡାକ୍ତରୀ ଦଳ ପଠାଇବାକୁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି ଯେ ଉଦ୍ଧାରକାରୀ ଦଳକୁ ଯଥାଶୀଘ୍ର ତୁର୍କୀ ପଠାଯିବାକୁ ପଦକ୍ଷେପ ନିଆଯାଇଛି । ଏହା ସହିତ ରିଲିଫ ସାମଗ୍ରୀ ମଧ୍ୟ ସେଠାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ପ୍ରତି ଏନଡିଆରଏଫ୍ ଟିମରେ ୧୦୦ଜଣ ଲେଖାଏଁ ସଦସ୍ୟ ରହିବେ ।

Comments are closed, but trackbacks and pingbacks are open.