ବନ୍ଦ ହେବ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ !

52

ପୁଣି ଅଟକିଲା ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଆଜି ମଧ୍ୟ ଭୋଟିଂ ହୋଇପାରିନି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି ।

ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି । ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ । ଏପରି ସ୍ଥିତିରେ ଯଦି ମନୋନୀତ ସଦସ୍ୟଙ୍କୁ ଭୋଟଦାନର ଅଧିକାର ମିଳିବ, ତା’ହେଲେ ବିଜେପି ଏହି ଆସନକୁ ଜିତିବାକୁ ସକ୍ଷମ ହେବ ।

ତେଣୁ ଆପ ଏହାକୁ ବିରୋଧ କରୁଛି । ଷ୍ଟାଣ୍ଡିଂ କମିଟିର ବାକି ୧୨ ଜଣ ସଦସ୍ୟଙ୍କୁ ଜୋନାଲ ନିର୍ବାଚନ ମାଧ୍ୟମରେ ଚୟନ କରାଯିବ ।

Comments are closed, but trackbacks and pingbacks are open.