ବାବା ରାମଦେବଙ୍କ ରୁଜୁ ହେଲା ଏତଲା !

35

ବାବା ରାମଦେବଙ୍କୁ ନେଇ ଜୋରଧରିଛି ଚର୍ଚ୍ଚା ! । ବାବା ରାମଦେବଙ୍କ ନାଁ ରେ ରୁଜୁ ହେଲା ଏତଲା ! ଧାର୍ମିକ ବୟାନ ବାବାଙ୍କୁ ପଡିଲା ଭାରି ! ପୁଣି ଚର୍ଚ୍ଚାରେ ବାବା ରାମଦେବ । ବଢିଲା ବାବା ରାମଦେବଙ୍କ ପାଇଁ ଅଡୁଆ । ବାବା ରାମଦେବ ଦେଶରେ ହିସାଂ ସୃଷ୍ଟି କରୁଛନ୍ତି ଚର୍ଚ୍ଚା ଜୋରଧରିଛି । ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଚୌହଟନ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି ।

ବାବାଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ, ୨୯୫-ଏ, ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି । ଫେବ୍ରୁଆରୀ ୨ତାରିଖରେ ରାଜସ୍ଥାନରେ ଆୟୋଜିତ ସନ୍ଥ ସମାଜ ବୈଠକରେ ଇସଲାମକୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ଥାନାରେ ପହଁଚିଛି । ରାମଦେବ ହିନ୍ଦୁ ଧର୍ମ ସହ ଇସାଇ ଓ ଇସଲାମ ଧର୍ମକୁ ତୁଳନା କରିଥିଲେ । ସେ କହିଥିଲେ, ଇସଲାମ ଧର୍ମରେ କେବଳ ନମାଜ ପଢ଼ିବା ହିଁ ଏକ ଧାର୍ମିକ କାମ । ମୁସଲମାନମାନେ ନମାଜ ପଢ଼ିବା ପରେ ଯାହା କଲେ ଚଳିବ । ଏପରିକି ହିନ୍ଦୁ ଧର୍ମାବଲମ୍ବୀ ଯୁବତୀଙ୍କୁ ଉଠାଇ ନେବା, ଜିହାଦ ନାଁରେ ହିଂସାକାଣ୍ଡ ଘଟାଇଲେ ବି କୌଣସି ଅସୁବିଧା ନାହିଁ ।

ନମାଜ ପଢ଼ିଲେ ସେମାନଙ୍କ ପାଇଁ ଜନ୍ନତ ଯିବାର ବାଟ ଖୋଲିଯାଏ ବୋଲି ଧାର୍ମିକ ଗୁରୁ ଶିଖାଉଛନ୍ତି । ରାମଦେବ ବାବାଙ୍କ ଏହି ବୟ୍ରାନକୁ ନେଇ ସ୍ଥାନୀୟ ଅଂଚଳର ପଠାଇ ଖାନ ନାମକ ବ୍ୟକ୍ତି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି ।ତେବେ ଏହାକୁ ଏପରି ବୟାନ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉ ଥିବା ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.