ଥରୁର୍ ଙ୍କ ପାଇଁ ବଢିଲା ଅଡୁଆ !

19

ପାକିସ୍ତାନର ପୂର୍ବତନ ସାମରିକ ଏକଚ୍ଛତ୍ରବାଦୀ ଶାସକ ଜେନେରାଲ୍ ର୍ପୱେଜ୍ ମୁଶାରଫ୍‌ଙ୍କ ବିୟୋଗ ପରେ ଦେଇଥିବା ଶୋକବାର୍ତ୍ତା ପାଇଁ ଭୀଷଣ ସମାଲୋଚିତ ହୋଇଥିବା କେରଳ କଂଗ୍ରେସ ସାଂସଦ ଶଶୀ ଥରୁର୍ ରବିବାର ରାତିରେ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ସ୍ପଷ୍ଟୀକରଣ ଦେଇଛନ୍ତି । ଶୋକବାର୍ତ୍ତାରେ ସାଂସଦ ଶଶୀ ଥରୁର୍ କହିଥିଲେ: ଶାନ୍ତିର ବାସ୍ତବ ଶକ୍ତି ସାଜିଲେ ଶତ୍ରୁ । ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ସେ ଟୁଇଟ୍ କରି କହିଛନ୍ତି, ଯେତେ ବେଳେ ଜଣେ ମରିଯାଏ ତାଙ୍କ ବିଷୟରେ ଦୟାର୍ଦ୍ର ଭାବେ କୁହାଯାଉଥିବା ଭାରତରେ ମୁଁ ମଣିଷ ହୋଇଛି । ମୁଶାରଫ୍ ଥିଲେ ଜଣେ ଅକ୍ଷମଣୀୟ ଶ୍ରତୁ ଏବଂ କାର୍ଗିଲ୍ ଯୁଦ୍ଧ ନିମନ୍ତେ ଉତ୍ତରଦାୟୀ ।

କିନ୍ତୁ, ସ୍ୱାର୍ଥ ପାଇଁ ସେ ୨୦୦୨-୭ ପର୍ଯ୍ୟନ୍ତ ସେ ଭାରତ ସହିତ ଶାନ୍ତି ପାଇଁ କାର୍ଯ୍ୟ ବି କରିଛନ୍ତି । ସେ ମିତ୍ର ନ ଥିଲେ କିନ୍ତୁ, ଶାନ୍ତି ଯୋଗୁଁ ହାସଲ କରିହେଉଥିବା ଉପକାର ପ୍ରତି ସଜାଗ ଥିଲେ । ଯେମିତି ଆମେ ସଚେତନ ଅଛନ୍ତି । ରବିବାର ଦିନ ଥରୁର୍ ଶୋକବାର୍ତ୍ତାରେ ଉଲ୍ଲେଖ କରିଥିଲେ ଯେ, ଦିନେ ଭାରତର ଅକ୍ଷମଣୀୟ ଶତ୍ରୁ ଥିବା ବ୍ୟକ୍ତି ୨୦୦୨-୨୦୦୭ ମଧ୍ୟରେ ଶାନ୍ତିର ବାସ୍ତବ ଶକ୍ତି ହୋଇଥିଲେ । ସେତେବେଳେ ପ୍ରତି ବର୍ଷ ମୁଁ ତାଙ୍କୁ ଭେଟୁଥିଲି । ସେ ଥିଲେ ଚଳଚଞ୍ଚଳ, ଆକର୍ଷଣୀୟ ଏବଂ ରଣନୈତିକ ଚିନ୍ତାଧାରାରେ ସ୍ପଷ୍ଟ ।

ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ଥିବା ଗୋଟାଏ ଆମେରିକୀୟ ଡାକ୍ତରଖାନାରେ ରବିବାର ଦିନ ର୍ପୱେଜ୍ ମୁଶାରଫ୍‌ଙ୍କର ମୃତ୍ୟୁ ଘଟିଥିବା କଥା ‘ଡେଲି ପାକିସ୍ତାନ’ ରିପୋର୍ଟ କରିଥିଲା ।

Comments are closed, but trackbacks and pingbacks are open.