ଖୋଲିଲାନି ସିଟ ବେଲ୍ଟ କାର ଭିତରେ ଜଳିଗଲେ ଦମ୍ପତି

17

କେରଳ : କେରଳର କୁନ୍ନୁର ରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା I କାର ଭିତରେ ଜୀବନ୍ତ ଜଳିଯାଇଛନ୍ତି ସ୍ୱାମୀ-ସ୍ତ୍ରୀ I ପତ୍ନୀର ପ୍ରସବ ପାଇଁ ଏକ କାର ରେ ନିଜ ପରିବାର ସହ ଯାଉଥିବା ବେଳେ,ରାସ୍ତାରେ ହଠାତ କାର ରେ ନିଆଁ ଲାଗି ଯିବାରୁ ଗୋଟିଏ ଦମ୍ପତ୍ତି ଜୀବନ୍ତ ଜଳିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ବୋହୂର ଡେଲିଭରୀ ପାଇଁ ଏକ ପରିବାର କାରରେ ହସ୍ପିଟାଲ ଯାଉଥିଲେ। କାରର ଆଗ ସିଟରେ ପତି ପତ୍ନୀ ବସିଥିବା ବେଳେ ପଛ ସିଟରେ ଅନ୍ୟ ଚାରିଜଣ ବସିଥିଲେ। କାରଟି ଜିଲ୍ଲା ସରକାରୀ ହସ୍ପିଟାଲ ଯାଉଥିବା ବେଳେ ହଠାତ୍ କାର ଟିରେ ନିଆଁ ଲାଗିଯାଇଥିଲା। ପଛ ସିଟରେ ବସିଥିବା ଚାରିଜଣ କାର ଡୋର ଖୋଲି ବାହାରକୁ ଚାଲିଆସିଥିଲେ। କିନ୍ତୁ ଆଗ ସିଟରେ ବସିଥିବା ପତ୍ନୀଙ୍କର କୌଣସି କାରଣରୁ ସିଟ ବେଲ୍ଟ ଖୋଲି ନଥିଲା I ଏହି ସମୟରେ କାର୍ରେ ନିଆଁ ଲାଗିଯିବା ହେତୁ ଡୋର ମଧ୍ୟ ଲକ ହୋଇଯାଇଥିଲା I ଆଉ ଡୋର ନଖୋଲିବାରୁ ଆଗରେ ବସିଥିବା ପତି ପତ୍ନୀ ଜଳନ୍ତା କାରରୁ ବାହାରି ପାରି ନଥିଲେ।ଆଖପାଖରେ ଥିବା ଲୋକମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ଜଳନ୍ତା କାରରୁ ଉଦ୍ଧାର କରିପାରିନଥିଲେ। ଯାହା ଫଳରେ ବହୁ ଯନ୍ତ୍ରଣାରେ ସେମାନଙ୍କ ଜୀବନ ଯାଇଥିଲା। ଅନ୍ୟପଟେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.