୪୧ ବର୍ଷ ପରେ ସେମିରେ ଭାରତ ପହଁଚିଲା

36

ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।

କ୍ୱାର୍ଟର୍ ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂହ (ଦ୍ୱିତୀୟ), ଗୁରଜନ୍ତ ସିଂହ (୧୬ଶ) ଓ ହାର୍ଦ୍ଦିକ ସିଂହ (୪୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ବ୍ରିଟେନ୍ ପକ୍ଷରୁ ସାମ୍ ୱାର୍ଡ (୪୫ତମ) ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ।

Leave A Reply

Your email address will not be published.