ବିଜେଡି ବିନା ଭବିଷ୍ୟତ ଅନ୍ଧାର !

22

ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଲେ ଭବିଷ୍ୟତ ଅନ୍ଧାର । ଆଜି ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ ପ୍ରସଙ୍ଗରେ ଏମିତି କିଛି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଚଳିତ ବଜେଟ ଅଧିବେଶନରେ ସଂସଦରେ ବିଜେପିକୁ କେମିତି ବିଜେଡି ଘେରିବ ସେଥି ପାଇଁ ଗୁରୁମନ୍ତ୍ରଣା ଦେଇ ଥିଲେ ଦଳର ସୁପ୍ରିମ ନବୀନ ପଟନାୟକ ।ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ ଅଧିବେଶନ। ସେଥି ପାଇଁ ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ ବସିଥିଲା। ଏହି ବୈଠକ ରେ ବିଜେଡି ର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ।ଏହି ବୈଠକରେ ବିଜେଡି ସୁପ୍ରିମ ନବୀନ ପଟନାୟକ ସମସ୍ତଙ୍କୁ ଗୁରୁମନ୍ତ୍ରଣା ଦେଇଥିଲେ।

ଏହା ପାରେ ସାଂସଦ ମିଶ୍ର ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଆଗାମୀ ବଜେଟ ଅଧିବେଶନରେ ବେଆଇନ ଭାବେ ପ୍ରଧାନମନ୍ତ୍ରୀ ଆବାସ କାଟି ଦିଆଯିବା, ମହିଳା ସଂରକ୍ଷଣ ବିଲ ପାସ ନକରିବା, ଏସ୍‌ଟି ଲିଷ୍ଟ ଓଡିଶା ପାଇଁ ନଆଣିବା ପରି ବିଭିନ୍ନ ସମସ୍ୟ କୁ ଚଳିତ ବଜେଟ ଅଧିବେଶନ ରେ ଉଠାଇବା ପାଇଁ ନବୀନ ମନ୍ତ୍ରଣା ଦେଇଛନ୍ତି। ଏହା ସହିତ ଓଡ଼ିଶାରେ ବିଆର୍‌ଏସ୍‌ର ପ୍ରବେଶ ନେଇ ପିନାକୀ ମିଶ୍ର କହିଛନ୍ତି ଯେ, ଯେଉଁମାନେ ବିଆର୍‌ଏସ୍‌ ଯାଇଛନ୍ତି, ସେମାନେ ବିଜେପିରୁ ଯାଇଛନ୍ତି। ଗିରିଧର ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା। ଏବେ ସେ ବିଆର୍‌ଏସ୍‌ ଯାଇଛନ୍ତି, ମାନେ ତାଙ୍କ ପକେଟ ଭୋଟ ବିଆର୍‌ଏସ୍‌କୁ ଯିବ।

ବିଜେଡି ଭୋଟ ବ୍ୟାଙ୍କ ହେଉଛି କମିଟେଡ୍ ଭୋଟ, ପ୍ରଭାବ ପଡ଼ିବନି। ଦକ୍ଷିଣ ଓଡ଼ିଶାର ୨ରୁ ୩ ଜିଲ୍ଲାରେ କିଛି ହଜାର ଭୋଟ ପାଇପାରେ ବିଆର୍‌ଏସ୍‌।

Comments are closed, but trackbacks and pingbacks are open.