କାହିଁକି ବଢୁଛି ସିଜେରିଆନ ଡେଲିଭରି?

23

ଦିନକୁ ଦିନ ବଢୁଛି ସିଜେରିଆନ ଡେଲିଭରି । କଣ ପାଇଁ ବଢୁଛି ଅସ୍ତ୍ରୋପ୍ରଚାରଜନିତ ପ୍ରସବ ।ସିଜେରିଆନ ଡେଲିଭରି ବୃଦ୍ଧି ପାଇଁ ଦାୟୀ କିଏ? ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ବଢୁଛି ଅସ୍ତ୍ରୋପ୍ରଚାରଜନିତ ପ୍ରସବ । ତେବେ ଦେଖିବାକୁ ଗଲେ ବିଶେଷ କରି ଘରୋଇ ହସ୍ପିଟାଲରେ ସିଜେରିଆନ ଡେଲିଭରି ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି ।

ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଲା, ସହରାଞ୍ଚ ଅପେକ୍ଷା ଗାଁ ଗହଳିରେ ଥିବା ଘରୋଇ ହସ୍ପିଟାଲରେ ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସହରାଞ୍ଚଚଳରେ ୬୮.୬ ପ୍ରତିଶତ ସିଜେରିଆନ ଡେଲିଭରି କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୭୧.୫ ପ୍ରତିଶତ ରହିଛି । ହେଲେ ସରକାରୀ ହସ୍ପିଟାଲରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ସହରାଞ୍ଚଳର ସରକାରୀ ହସ୍ପିଟାଲରେ ୨୨.୩ ପ୍ରତିଶତ ସିଜେରିଆନ ଡେଲିଭରି ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୧୪.୨ ପ୍ରତିଶତ ରହିଛି । ତେବେ କଣ ପାଇଁ ବଢୁଛି ଅସ୍ତ୍ରୋପ୍ରଚାରଜନିତ ପ୍ରସବ । ବିଶେଷଜ୍ଞଙ୍କ ମତରେ, ବର୍ତମାନ ସମୟରେ ଅନେକ ନରମାଲ୍ ଡେଲିଭରିର କଷ୍ଟକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତେଣୁ ସେମାନେ ସିଜେରିଆନ ଡେଲିଭରି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଏହା ସହ ଅନେକ ଯୁବକ ଯୁବତୀ ୩୦ ବର୍ଷ ପରେ ବିବାହ କରୁଛନ୍ତି । ତେଣୁ ଏହି ଦମ୍ପତି ସିଜେରିଆନ ଡେଲିଭରିକୁ ପସନ୍ଦ କରୁଛନ୍ତି । ଏସବୁ କାରଣ ପାଇଁ ନରମାଲ୍ ଡେଲିଭରି ତୁଳନାରେ ସିଜେରିଆନ ଡେଲିଭରି ବୃଦ୍ଧି ପାଉଛି । ନରମାଲ୍ ଡେଲିଭରିରେ ଭବିଷ୍ୟତରେ କମପ୍ଲିକସେନ କମ ରହିଥିବା ବେଳେ ସିଜେରିଆନ ଡେଲିଭରରେ ଏହା ଅଧିକ ଦେଖିବାକୁ ମଧ୍ୟ ମିଳେ । ସେଥିପାଇଁ ନରମାଲ୍ ଡେଲିଭରିକୁ ଦମ୍ପତିମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Comments are closed, but trackbacks and pingbacks are open.