ନେତାଜୀଙ୍କ ଜନ୍ମ ଜୟନ୍ତୀ

20

୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ସୁଭାଷ ବୋଷ ଜନ୍ମ ଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ପରେ ସେ କଲକାତା ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କଲେ। ୧୯୩୮ରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ତାଙ୍କ ଦୃଢ଼ ବିଶ୍ବାସ ଥିଲା। ୧୯୪୦ରେ ତାଙ୍କୁ ଗୃହବନ୍ଦୀ କରାଗଲା।

କୌଶଳକ୍ରମେ ନେତାଜୀ ଖସିଯାଇ ବର୍ଲିନ୍‌ରେ ପହଞ୍ଚିଥିଲେ। ସେଠି ହିଟଲର୍‌ଙ୍କ ସହ ଆଲୋଚନା କରି ସଫଳ ନ ହେବାରୁ ସେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କଲେ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ତାଙ୍କୁ ପରାସ୍ତ କଲା।

୧୯୪୫ ଅଗଷ୍ଟ ୧୮ରେ ଜାପାନ ସରକାର ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘୋଷଣା କରିଥିଲା। ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇ ରହିଛି।

Comments are closed, but trackbacks and pingbacks are open.