ଏମିତିକା ଜୀବନ ସାଥି ଯାହାଙ୍କୁ ପାଇ ଆପଣ ହେବେ ଧନୀ 

33

କଥାରେ ଅଛି ଯାହା ଘରେ ଯିଏ ଚାଉଳ ପକାଇଛି । ଯେଉଁ କନ୍ୟାକୁ ଯେଉଁ ବର ବିଧାତା ଗଢିଛି । ଆକାଶକୁ ସୁନ୍ଦର ଜହ୍ନ ତାରା । ଯିଏ ଯାହା ପାଇଁ ଗଢା ତାକୁ ସିଏ ମିଳିବ । ବିଧାତା ଯାହା ପାଇଁ ଯିଏ ତାକୁ ଗଢିଥାନ୍ତି । ଝିଅ ଥିଲେ ବାପାର ମୁଣ୍ଡ ଘୁରେ । ଝିଅକୁ କେଉଁଠି ବାହାଘର କରିବ ସେ ସବୁବେଳେ ସେହି କଥା ଭାବିଥାଏ । ଦରିଦ୍ର ପାଖରେ ଅଧିକ ଝିଅ ହେଲେ ତାହା ଅଡ଼ୁଆ ହୋଇଥାଏ । ଯେତେବେଳେ ମଣିଷର ସବୁ ଆଶା ସରିଯାଏ ସେ ସେତେବେଳେ ଭଗବାନଙ୍କ ଉପରେ ଆଶା ରଖିଥାଏ ।

ନାରୀ ଏମିତି ଅଛନ୍ତି ଯାହା ଙ୍କ ପାଇଁ ଘର ସ୍ୱର୍ଗଠୁ ଅଧିକ ସୁନ୍ଦର ହୋଇଯାଏ ଏବଂ ନାରୀ ମଧ୍ୟ ମେଇଟି ଅଛନ୍ତି ଯାହାଙ୍କ ପାଇଁ ଘର ନର୍କ ହୋଇଯାଏ । ଈଶ୍ୱର ସମସ୍ତଙ୍କ ପାଇଁ ଅନେକ କଥା ରଖିଛନ୍ତି । ଈଶ୍ୱର ସବୁକିଛି ଠିକ୍ କରି ରଖିଛନ୍ତି । ଏହି ଉପରେ ଜଣେ ଜ୍ୟୋତିଷ ଏକ କଥା ବା ଏକ ସତ୍ୟ କାହାଣୀ କହିଛନ୍ତି । ସେ କହିଛନ୍ତି ଜଣେ ଗରିବ ବ୍ରାହ୍ମଣର ଝିଅ ଥିଲା ।ଆଉ ଏହାପରେ ସେ ତାର ଝିଅ ବାହାଘର କରିବାକୁ ଚାହୁଁଥିଲା । ସେତେବେଳେ ଝିଅର ବାହାଘର କରିବାକୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିଲା । କିନ୍ତୁ ଏହି ଗରିବ ବ୍ରାହ୍ମଣ ପାଖରେ ତାହା ନଥିଲା । ସେ ଏହାପରେ ରାମାୟଣ ପଢିବା ଆରମ୍ଭ କରିଲା ।

ସେ ରାମାୟଣ ଗାଁ ରେ ପଢ଼ିଲେ ଆଉ ତାଙ୍କର ୧୫ ପଇସା ରୋଜଗାର ହେଲା ।ଏହାପରେ ସେ ସହରକୁ ଗଲେ ଆଉ ସେଠାରେ ଏକ ମନ୍ଦିରରେ ସେ ରାମାୟଣ ପଢ଼ିଲେ । ସେହି ମନ୍ଦିରକୁ ଏକ କୃପଣ ଲୋକ ଆସିଥିଲା । ସେ କିଛି କଥା ଶୁଣିଲା ଯାହା କଥା ହେଉଥିଲେ ରାମଚନ୍ଦ୍ର ଆଉ ହନୁମାନ । ରାମଚନ୍ଦ୍ର କହିଲେ ହନୁମାନ ତୁମେ ସେହି ବ୍ରାହ୍ମଣକୁ ୪ ଦିନ ପରେ ୧୦୦ ଟଙ୍କା ଯେମିତି ହେଲେ ଦେବ ।

ଏହାପରେ କୃପଣ ବ୍ୟକ୍ତି ଜଣକ ଏହା ଶୁଣି ସେହି ରାମାୟଣ ପଢୁଥିବା ବ୍ରାହ୍ମଣଙ୍କୁ ପଚାରିଲା କେତେ ଦିନ ପଢ଼ିଲଣି ଆଉ କେତେ ଟଙ୍କା ହେଲାଣି । ସେହି ବ୍ରାହ୍ମଣ ଜଣକ କହିଲେ ୪ ଦିନ ହେଲା ପଢ଼ିଛି ଆଉ ୧୫ ଟଙ୍କା ହୋଇଛି ।ଏହାପରେ କୃପଣ ଲୋକ ସେହି ବ୍ରାହ୍ମଣକୁ ୫୦ ଟଙ୍କା ଦେଲା ଆଉ କହିଲା ୪ ଦିନ ପରେ ଯାହା ଯାହା ତତେ ମିଳିବ ମୋତେ ଦେବୁ । ସେହି ବ୍ରାହ୍ମଣ ଭାବିଲେ କି ୪ ଦିନ ପରେ ଆଉ ୧୫ ଟଙ୍କା ହେବ ଆଉ ସେ ଦେଇଦେବେ । ଚାରିଦିନ ପରେ ସେହି କୃପଣ ଆସିଲେ ମନ୍ଦିର । ଆଉ ଦେଖିଲେ ଅଳ୍ପ ଟଙ୍କା ହୋଇଛି । ପରେ ସେହି କୃପଣ ବ୍ୟକ୍ତି ଭଗବାନ ହନୁମାନଙ୍କ ମୂର୍ତ୍ତିକୁ କହିଲେ ତୁମେ ୧୦୦ ଦେବ ବୋଲି ମୋର ୫୦ ଟଙ୍କା ଲାଭ କରିବି ବୋଲି ମୁଁ ସେହି ବ୍ରାହ୍ମଣକୁ ୫୦ ଟଙ୍କା ଦେଇଦେଲି । ଆଉ ଏବେ ତୁମେ ତାଙ୍କୁ ପଇସା ଦେଲ ନାହିଁ ।ଏହା କହି ତାଙ୍କୁ ଏକ ମୁଠି ଉଠାଇଲେ । ଏହାପରେ ଭଗବାନଙ୍କ ଗାଲରେ ତାଙ୍କ ହାତ ବାଜିଲା । ଆଉ ତାଙ୍କ ହାତ ଛାଡ଼ି ହେଲା ନାହିଁ ।

ଏହାପରେ ଭଗବାନ ରାମଚନ୍ଦ୍ର ହନୁମାନଙ୍କୁ ପଚାରିଲେ ବ୍ରାହ୍ମଣ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଦେଲ । ତାପରେ ହନୁମାନ କହିଲେ ୫୦ ମିଳିଛି ଆଉ ୫୦ ଟଙ୍କା ଏହି କୃପଣ ବ୍ୟକ୍ତି ଦେଲେ ତାଙ୍କ ହାତ ଛାଡ଼ି ହେବ । ଏହାପରେ ସେହି କୃପଣ ବ୍ୟକ୍ତି ଜଣଙ୍କ ୫୦ ଟଙ୍କା ଦେଲେ ଆଉ ଏହାପରେ ତାଙ୍କ ହାତ ଛାଡ଼ି ହେଲା । ସେହି ବ୍ରାହ୍ମଣ ଜଣକ ୧୦୦ ଟଙ୍କା ପାଇଲେ । ସେଥିପାଇଁ ଭଗବାନ ଯାହା ପାଇଁ ଯାହା ଲେଖିଛନ୍ତି । ଯାହା ଭାଗ୍ୟରେ ଯାହା ଲେଖା ହୋଇଛି ତାହା ହେବ ।

Comments are closed, but trackbacks and pingbacks are open.