ବୁକିଂରେ ରେକର୍ଡ କଲା ‘ପଠାନ’

26

ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି ‘ପଠାନ’। ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି ଦର୍ଶକ । ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି । ସୁପରଷ୍ଟାର ଶାହରୁଖ ଖାନଙ୍କ ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ।

‘ପଠାନ’ ରିଲିଜ ପୂର୍ବରୁ ଅଷ୍ଟ୍ରେଲିଆ, ଆମେରିକା, ୟୁଏଇ ଏବଂ ଜର୍ମାନୀ ଭଳି ଦେଶରେ ବହୁତ ଟଙ୍କା ରୋଜଗାର କରିଛି।ଲେଟ୍‌ସ ସିନେମାର ଟୁଇଟ ଅନୁଯାୟୀ, ‘ପଠାନ’ ଆମେରିକାରେ ଅଗ୍ରୀମ ବୁକିଂରେ ୩ ଲକ୍ଷ ଡଲାର ଅର୍ଥାତ୍‌ ୨.୩ କୋଟି ସଂଗ୍ରହ କରିଛି । ସେପଟେ ବକ୍ସ ଅଫିସ ୱାର୍ଲଡ ଡଟ କମ୍‌ ରିପୋର୍ଟ ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍‌ ୟୁଏଇରେ ୬୫ ହଜାର ଡଲାର ଭାରତୀୟ ଟଙ୍କା ଅନୁଯାୟୀ ‘ପଠାନ’ ଏପର୍ଯ୍ୟନ୍ତ ପ୍ରାୟ ୫୨,୮୩,୫୫୭ ଟଙ୍କା ରୋଜଗାର କରିଛି । ପୂର୍ବରୁ ‘ପଠାନ’ର ୪୫୦୦ ହଜାର ଟିକେଟ ବିକ୍ରି ହୋଇସାରିଛି।

ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଶାହରୁଖ ଖାନଙ୍କ ‘ପଠାନ’ ୭୫,୦୦୦ ଅଷ୍ଟ୍ରେଲିୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୪୨ ଲକ୍ଷ ୫୫ ହଜାର ୯୦୫ ଟଙ୍କା ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆରେ ଏହି ଫିଲ୍ମର ପ୍ରାୟ ୩୦୦୦ ଟିକେଟ ବୁକ ହୋଇଛି । ସେହିପରି ଜର୍ମାନୀରେ ‘ପଠାନ’ ୧୫୦୦୦ ୟୁରୋ ଅର୍ଥାତ୍‌ ପ୍ରାୟ ୧ କୋଟି ୩୨ ଲକ୍ଷ, ୨୧ ହଜାର ୨୮୯ ଟଙ୍କା ରୋଜଗାର କରିଥିବା ବେଳେ ଜର୍ମାନୀରେ ଶାହରୁଖ ଖାନଙ୍କ ପଠାନର ପ୍ରଥମ ଦିନ ପାଇଁ ୪୫୦୦ ଟିକେଟ୍‌ର ଅଗ୍ରୀମ ବୁକିଂ କରାଯାଇଛି ।ତେବେ ଏହି ଫିଲ୍ମକୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଜାନୁଆରୀ ୨୫ରେ ମୁକ୍ତିଲାଭ କରିବ ‘ପଠାନ’ ।

Comments are closed, but trackbacks and pingbacks are open.