ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

30

ଅରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ । ଦୁଇଦିନ ଧରି ଚାଲିବ ଏହି ବୈଠକ । ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ଆଜିଠୁ ଆରମ୍ଭ ହେଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ୩୫ କେନ୍ଦ୍ର ମନ୍ତ୍ରୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୩୭ଟି ରାଜ୍ୟର ସଭାପତି ଅଂଶଗ୍ରହଣ କରିବେ।

ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। ଦଳର ସଭାପତି ଜେପି ନାଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ଯୋଗ ଦେବେ । ସେହିପରି ଓଡ଼ିଶାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଏଥିରେ ସାମିଲ ହେବେ ।

ସେହିପରି ଓଡ଼ିଶାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଏଥିରେ ସାମିଲ ହେବେ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ତ୍ରୁଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା, ଦୁର୍ବଳ ଥିବା ସଂସଦୀୟ କ୍ଷେତ୍ରରେ ଦଳକୁ ଅଧିକ ମଜଭୁତ କରିବା ପାଇଁ ଆଲୋଚନା ହେବ। ଏହି ଅବସରରେ ଆଜି ବିଜେପି ଏକ ରୋଡ୍ ଶୋ’ ମଧ୍ୟ କରିବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ।

Comments are closed, but trackbacks and pingbacks are open.