ନିବୀନ ନିବାସ ଘେରାଓ ହେବ: ପୃଥ୍ୱୀରାଜ ହରିଚନ୍ଦନ

30

ରାଜ୍ୟସରକାରଙ୍କୁ ଟାର୍ଗେଟ କଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପି ପ୍ରେସ ମିଟ। ଘର ଯୋଗ୍ୟ ହିତାଧିକାରୀ ଘର ନପାଇଲେ ନବୀନ ନିବାସ ଘେରାଓ ହେବ । ପରିସ୍ଥିତି ଭୟଙ୍କର ହେବ । ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ୨୦୧୮-୧୯ରେ ଯେଉଁ ତାଲିକା ଆସିଥିଲା, ତାହା ଦଳୀୟ ଆଧାରରେ ଆସିଥିଲା।

ଯେତିକି ଥର ଘର ପାଇଁ ସର୍ଭେ ହୋଇଛି, ଦଳୀୟ ଆଧାରରେ ହୋଇଛି। ରାଜ୍ୟ ସରକାର ଚଞ୍ଚକତା ସହ ଦଳୀୟ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ କରୁଛନ୍ତି। ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଲୋକମାନଙ୍କୁ କେବଳ ଦିଆଯିବାକୁ ଥିବା ପକ୍କା ଘରରେ ସାମିଲ କରାଯାଇଛି। ଯେଉଁମାନେ ଅନ୍ୟ ଦଳ ସହିତ ସମ୍ପୃକ୍ତ କିମ୍ବା ସାଧାରଣ ଲୋକ ସେମାନଙ୍କ ନାଁକୁ ସାମିଲ କରାଯାଇନି। ଯୋଗ୍ୟ ଲୋକ ନ ପାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।

୨୦୧୮-୧୯ ପ୍ରୋଭିଜିନାଲ ଓଏଟିଙ୍ଗ ତାଲିକା ଅନୁସାରେ ପ୍ରାୟ ଦେଢ଼ ଲକ୍ଷଙ୍କ ଯୋଗ୍ୟ ହିତାଧିକାରୀଙ୍କ ରହିଥିଲେ । ଏବେର ସଂଭାବ୍ୟ ତାଲିକାରେ ସେମାନଙ୍କ ର ନାଁ ନାହିଁ । ତେଣୁ ସ୍ୱଛତା ବଜାୟ ରଖାଯାଉ । ସେଇ ତାଲିକାକୁ ରେଫରାଲ ଭାବେ ନିଆ ଯାଇ ଘର ଆବଣ୍ଟନ କରାଯାଉ । ୨- ଅଯୋଗ୍ୟ ଲୋକଙ୍କ ଖବର ଯେ ଦେବ ବା ଯେଉଁମାନେ ଅଭିଯୋଗ କରିବେ ତାଙ୍କ ନାମ କୁ ଗୁପ୍ତ ରଖିବା ଦରକାର । ନହେଲେ ଗାଁ ଗାଁ ରେ ଗଣ୍ଡଗୋଳ ହେବ । ପଂଚାୟତ ଅଫିସ ବଦଳରେ ବ୍ଲକ ରେ ଅଭିଯୋଗ ବାକ୍ସ ଖୋଲାଯାଉ । ସେଥିରେ ପିଏମ ଆବାସ ଲୋଗୋ ହିଁ ଲଗାଯାଉ। ୪୦ ପ୍ରତିଶତ ଅର୍ଥ ଦେଇ ଯେଉଁ ଲୋଗୋ କଥା ବିଜେଡି କହୁଛି ତାକୁ ବରଦାସ୍ତ କରାଯିବ ନାହିଁ।

Comments are closed, but trackbacks and pingbacks are open.