ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ଦ୍ୱାରା
କୃଷି ଭବନରେ ମୁକ୍ତାକାଶ ପାଠାଗାର ଉଦ୍‌ଘାଟିତ

27

ଆଜି ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର.ବାଲକ୍ରିଷ୍ଣନଙ୍କ କର କମଳରେ,କୃଷି ଭବନ ଛାତ ଉପରେ ଏକ ମୁକ୍ତାକାଶ ପାଠାଗାର ଉଦ୍ଘାଟିତ ହୋଇ ଯାଇଛି I କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରୂଫଟପ ପାଠାଗାରକୁ ଶ୍ରୀ ବାଲକ୍ରିଷ୍ଣନ ପ୍ରଶଂସା କରିବା ସହିତ ଆଜିର ଦୁନିଆରେ ପଠାନର ଉପାଦେୟତା ରହିଛି ବୋଲି କହିଥିଲେ I ଏଠି ସହିତ ବାଳ କ୍ରିଷ୍ଣନ ଭର୍ଚ୍ୟୁଆଲ ଲାଇବ୍ରେରୀ ଓ ଓଡିଶା ଭର୍ଚ୍ୟୁଆଲ ଏକାଡେମୀ ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ I

ଏହି ଅବସରରେ ମିଲେଟ କାଫେ ପରିଦର୍ଶନ ସହିତ,ନୀତିଦିଆ ଖାଦ୍ୟରେ ମିଲେଟ କୁ ସାମିଲ କଲେ ଏହା ସ୍ୱାସ୍ଥ୍ୟପ୍ରଦ ବୋଲି ବୁଝାଇଥିଲେ ଇ କୃଷି ଭବନ ପରିଦର୍ଶନ ସମୟରେ ଶ୍ରୀ ବାଳ କ୍ରିଷ୍ଣନ କୃଷି ଭବନ ପରିସରରେ ବୃକ୍ଷ ରୋପଣ କରିଥିଲେ I

Comments are closed, but trackbacks and pingbacks are open.