ଆସନ୍ତା କାଲି ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ‘ମୋ ବସ’ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

25

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତରେ ଯାଇ ସେଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌ ଉଦଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରରେ ‘ମୋ ବସ’ ସେବା ମଧ୍ୟ ଶୁଭାରମ୍ଭ କରିବେ। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ରାଉରକେଲା ଦିନ ୧୨ଟା ୧୫ରେ ବିମାନବନ୍ଦରେ ପହଂଚିବା ପରେ ସେଠାରୁ ହକି ଷ୍ଟାଡିୟମ୍‌‌ ଯିବେ। ଷ୍ଟାଡିୟମରେ ରହୁଥିବା ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏହା ସହ ପରାହ୍ନ ୪ ଟା ୨୫ ସମୟରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଫୁଟବଲ୍‌ ଷ୍ଟାଡିୟମ ସମେତ ୧୦ରୁ ଅଧିକ ପ୍ରକଳ୍ପ ସେ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ ୧୫ ମିନିଟ ରହିବେ । ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

ସୂଚନାନୁସାରେ ଚଳିତ ମାସ ୧୩ରୁ ପୁରୁଷ ହକି ବିଶ୍ୱକପ୍‌‌ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବ। ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଏହି ମେଗା ଇଭେଣ୍ଟର ସମସ୍ତ ମ୍ୟାଚ୍‌‌ ଖେଳାଯିବ।

Comments are closed, but trackbacks and pingbacks are open.