ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦରୁ ଓପାସରେ ପ୍ରଭୁ ଲିଙ୍ଗରାଜ,ନୀତିକାନ୍ତି ବନ୍ଦ

24

ଭୁବନେଶ୍ୱର : ନୂଆ ବର୍ଷ ଆରମ୍ଭରୁ ମହାପ୍ରଭୁ ଲିଙ୍ଗରାଜ ରହିଲେ ଓପାସରେ I ଭୋଗ ମଣ୍ଡପରେ ଅଣ ସେବାୟତଙ୍କ ପ୍ରବେଶ ଯୋଗୁଁ ଗତ ଦୁଇ ଦିନ ଧରି ଏହି ବିଭ୍ରାଟ ଦେଖା ଦେଇଛି I ଏହି ଘଟଣାକୁ ନେଇ ଦୁଇ ସେବକ ଗୋଷ୍ଠୀ ମୁହାଁମୁହିଁ ହେବ ସହ,ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି I ବଡୁ ନିଯୋଗ ଗୋଷ୍ଠୀ ଙ୍କ ଅନୁସାରେ ମାରା ହୋଇଥିବା ଭୋଗକୁ କୂଅରେ ପୋତା ଯାଇଥାଏ ଇ କିନ୍ତୁ ଏହା ନକରି ଭୋଗକୁ ଭକ୍ତଂକ ମଧ୍ୟରେ ବାଣ୍ଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି I କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ବ୍ରାହ୍ମଣ ଓ ମହାସୁଆର ଗୋଷ୍ଠୀ I ସେମାନେ କହିଛନ୍ତି କି ସମସ୍ତ ଭୋଗକୁ ପୋତା ଯାଇଛି I ଆବଶ୍ୟକ ହେଲେ ସିସିଟିଭି ଯାଞ୍ଚ କରାଯାଉ I ଉଭୟ ନିଯୋଗ ଭିତରେ ବିବାଦର ସମାଧାନ ଲାଗି ବୈଠକ ଡକାଯାଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକରେ ବଡୁ ନିଯୋଗ ସାମିଲ ହୋଇଥିଲେ ବି ବ୍ରାହ୍ମଣ ନିଯୋଗର କୌଣସି ସଦସ୍ୟ ସାମିଲ ହୋଇନଥିଲେ । ଫଳରେ ନୀତିକାନ୍ତି ସ୍ୱାଭାବିକ କରିବା ନେଇ କୌଣସି ସମାଧାନ ବାହାରିପାରିନାହିଁ ।ତେବେ ଏହି ଘଟଣାରେ ଅଣସେବାୟତ ଜଣକ କ୍ଷମା ମାଗି ସାରିଥିବା ଜଣ ପଡିଛି I

Comments are closed, but trackbacks and pingbacks are open.